ଇସ୍ରାଏଲର ଏୟାର ଷ୍ଟ୍ରାଇକ, ୨୭ ମୃତ

Spread the love

ଗାଜାର ଏକ ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ଏହି ଆକ୍ରମଣରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ସ୍କୁଲରେ ଲୁଚି ରହିଥିବା ହମାସ ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଇଛି ବୋଲି ଇସ୍ରାଏଲ କହିଛି । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ବହୁ ଶରଣାର୍ଥୀ ଏହି ସ୍କୁଲରେ ଆଶ୍ରୟ ନେଇଥିଲେ । ଅନ୍ୟ କେତୋଟି ରିପୋର୍ଟରୁ ଜଣାପଡିଛି ଯେ ହମାସ ଆତଙ୍କବାଦୀ ସ୍କୁଲରେ କ୍ୟାମ୍ପ କରି ଲୁଚି ରହୁଥିଲେ । ଯୁଦ୍ଧ ପାଇଁ ସେଠାରୁ ସାଧାରଣ ନାଗରିକଙ୍କୁ ବିସ୍ଥାପିତ କରାଯାଇ ଯୁଦ୍ଧକ୍ୟାମ୍ପ କରାଯାଇଥିଲା ।

କେନ୍ଦ୍ରିୟ ଗାଜାର ନନସିରାତରେ ଥିବା ମିଳିତ ଜାତିସଂଘର ସ୍କୁଲରେ ହମାସର ଏକ କମାଣ୍ଡ ପୋଷ୍ଟ ଅଛି । ଏହିଠାରୁ ହମାସ ପ୍ରଥମେ ଯୁଦ୍ଧ ଆରମ୍ଭ କରିଥିଲା । ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ କରାଯାଇଥିବା ଆକ୍ରମଣରେ ହାମାସ ଗାଜାର ଏହି ସ୍କୁଲରେ ଯୁଦ୍ଧ ବିମାନ ରଖି ଯୁଦ୍ଧ ଆରମ୍ଭ କରିଥିଲା ବୋଲି ଇସ୍ରାଏଲ ଦାବି କରିଛି ।

ଇସ୍ରାଏଲ ସେନା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଆକ୍ରମଣ ପୂର୍ବରୁ ସେଠାରେ ସାଧାରଣ ନାଗରିକଙ୍କ ମୃତ୍ୟୁ ହ୍ରାସ ପାଇଁ ପଦକ୍ଷେପ ନିଆଯାଇଛି । କିନ୍ତୁ ହାମାସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଛି ।

Leave a Reply

Your email address will not be published. Required fields are marked *