ଚାକିରି କରାଇଦେବାକୁ କହି ୬୪ଲକ୍ଷ ଟଙ୍କା ଲୁଟିନେଲା ଲୁଟେରା

ଚାକିରି କରିଦେବି ବୋଲି ଲୋକଙ୍କ ଠାରୁ ୬୪ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପଦ୍ମପୁର ପୋଲିସ। ଯୁବକ ଜଣକ ହେଲେ କେନ୍ଦୁଗୁଡ଼ା ଫାଣ୍ଡି ଅଞ୍ଚଳର ପ୍ରସନ୍ନ କରାଡ। ପ୍ରସନ୍ନ ଭୁବନେଶ୍ୱରରେ ଗିରଫ ହୋଇଥିବା ନକଲି DSP ମାନସ ରଞ୍ଜନ ସେନାପତିଙ୍କ ସହ ଲିଙ୍କ ରଖି ପଦ୍ମପୁର ଓ ଗୁଡ଼ାରୀ ବ୍ଲକର ଲୋକଙ୍କୁ ଚାକିରି କରିଦେବି ବୋଲି ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଛି ବୋଲି ପୋଲିସ ସୂଚନା ଦେଇଛିନ୍ତି । ପୋଲିସର ସୂଚନା ଅନୁସାରେ ଏତଲାକୁ ଭିତ୍ତି କରି ରାୟଗଡ଼ା ଏସ ପିଙ୍କ ନିର୍ଦ୍ଧେଶ କ୍ରମେ ପଦ୍ମପୁର ଆଇ ଆଇ ସିଙ୍କ ନେତୃତ୍ୱ ରେ ଏକ ଟିମ୍ ବିଭିନ୍ନ ସ୍ଥାନରେ ଫୋନ୍ ଟ୍ରାକ କରି ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଥିବା କହିଛି। ପ୍ରଥମେ ବଡ଼ ଚାକିରି କରିଦେବି ବୋଲି କହି ପଦ୍ମପୁର ଖମ୍ଭାରିଗୁଡ଼ାର ଜଣେ ଶିକ୍ଷକଙ୍କ ଠାରୁ ତାଙ୍କ ପୁଅକୁ ରେଞ୍ଜର ଚାକିରି କରିଦେବି ବୋଲି କହି ୪୦ଲକ୍ଷ ଟଙ୍କା ସେମିତି ଆଉ ଜଣକୁ ପଦ୍ମପୁର ନୂଆ ସାହିର କ୍ଲର୍କ ଚାକିରି ବୋଲି ୧୨ଲକ୍ଷଟଙ୍କା ସେହିପରି ଖମପଦର୍ ଗ୍ରାମର ଜଣକୁ ଆର.ଆଇ ଚାକିରି ବୋଲି ୬ଲକ୍ଷ ସେହିପରି ଗୁଡ଼ାରୀ ବ୍ଲକର ଜଣେ ଯୁବକକୁ ସେକ୍ସନ ଅଫିସରରେ ଚାକିରି ଦିଆଯିବ ବୋଲି ୬ଲକ୍ଷ ଟଙ୍କା ନେଇ ଯାଇଥିଲା।ସେ ଏହି ଟଙ୍କା ନେଇ ଭୁବନେଶ୍ବର ଗିରଫ ହୋଇଥିବା ନକଲି DSP ମାନସଙ୍କ ସହ ଡିଲ କରି ଟଙ୍କା ଫୋନ୍ ପେ ମାଧ୍ୟମରେ ଦେଇଥିବା ପୋଲିସ କହିଛି। ଏନେଇ ଥାନାରେ ୫୨/୨୫ରେ ମାମଲା ରୁଜୁ ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *