ଆଜି ଭଁଉରି ୨୧ ଘେରା ଚାପ ଖେଳିବେ ମହାପ୍ରଭୁ 

Spread the love

ପୁରୀ :  ଆସନ୍ତାକାଲି ଶୁକ୍ରବାର ପବିତ୍ର ଶ୍ରୀକ୍ଷେତ୍ର ଭଉଁରି । ବାହାର ଚନ୍ଦନଯାତ୍ରାର ଅନ୍ତିମ ଦିନ । ମହାପ୍ରଭୁ ମଦନମୋହନ, ରାମକୃଷ୍ଣ ଓ ଭୂଦେବୀ, ଶ୍ରୀଦେବୀ ସମେତ ପଂଚ ମହାଦେବ ନରେନ୍ଦ୍ର ପୁଷ୍କରଣୀରେ ୨୧ ଘେରା ଚାପ ଖେଳିବେ । ଆସନ୍ତାକାଲି ଶେଷ ଦିନ ହୋଇଥିବାରୁ ପ୍ରବଳ ଭକ୍ତଙ୍କ ଗହଳି ହେବ । ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପୁଷ୍କରଣୀ କୂଳରେ ଲାଇଫଗାର୍ଡ଼ ଓ ଅଗ୍ନିଶମ ବିଭାଗ ସଜାଗ ଅଛନ୍ତି । ରଙ୍ଗୀନ ଆଲୋକମାଳାରେ ଦିପିଦାଣ୍ଡି, ଚନ୍ଦନ ବେଢ଼ା ଓ ଚକଡ଼ାକୁ ସୁସଜ୍ଜିତ କରାଯାଇଛି । ମହାପ୍ରଭୁଙ୍କ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭଜନ ଓ ଓଡ଼ିଶୀ ନୃତ୍ୟ କରାଯାଉଛି । ୨୧ ଘେରା ଚାପ ସମୟରେ ଭକ୍ତଙ୍କ ହରିବୋଲ ଓ ହୁଳହୁଳି ସହ ସଂକୀର୍ତନ ମଣ୍ଡଳିଙ୍କ ସଂକୀର୍ତନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ । ନରେନ୍ଦ୍ର ପୁଷ୍କରଣୀ ପାଚେରି ଚାରିପଟେ ବିଭିନ୍ନ ଖାଦ୍ୟ ପସରା, ପିଲାଙ୍କ ଖେଳଣା ସାମଗ୍ରୀ, ଖଜା ଓ ଭୋଗ ଦୋକାନ ଖୋଲିଥିବା ଦେଖିବାକୁ ମିଳୁଛି । ରବିବାର ଦିନ ଶ୍ରୀମନ୍ଦିର ବେଢ଼ା ଭିତରେ ଗୀତର ଚନ୍ଦନ ୨୧ ଦିନ ଧରି ଚାଲିବ ।

Leave a Reply

Your email address will not be published. Required fields are marked *