ଆଡପ ମଣ୍ଡପରେ ବେଜେ କରିବେ ମହାପ୍ରଭୁ

Spread the love

ଆଜି ସଂନ୍ଧ୍ୟାରେ ଆଡପ ମଣ୍ଡପରେ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଗତକାଲି ତାନି ରଥ ଶ୍ରୀଗୁଣ୍ଡଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା । ଏବେ ମହାପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୂଦର୍ଶନଙ୍କ ସହ ତିନି ରଥରେ ରଥାଋଢ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ରଥ ଉପରେ ତିନି ଠାକୁରଙ୍କ ନୀତିକାନ୍ତି ଆନୁଷ୍ଠିତ ହେଉଛି ।

ଗୋଟି ପହଣ୍ଡି କରି ଝୁଲି ଝୁଲି ଆଡପ ମଣ୍ଡପକୁ ଆସିବେ କଳା ଠାକୁର । ଜନ୍ମବେଦୀରେ ଆବସ୍ଥାନ ପରେ ଆସନ୍ତା କାଲି ଠାରୁ ଶ୍ରୀଗୁଣ୍ଡଚା ମନ୍ଦିରରେ ମିଳିବ ଆଡପ ଅବଢା । ଏଥିପାଇଁ ଭକ୍ତଙ୍କ ମଧ୍ୟରେ ଲାଗି ରହିଛି ଉତ୍କଣ୍ଠା ଓ ଉତ୍ସାହ । ଭକ୍ତି ଭାବରେ ରଙ୍ଗେଇ ହୋଇ ଯାଇଛି ସାରା ପୁରୀ ସହର । ଜନ୍ମବେଦୀରେ ମହାବାହୁଙ୍କ ଦରିଶନ ପାଇଁ ବ୍ୟଗ୍ର ହେଲେଣି ଶ୍ରଦ୍ଧାଳୁ ।

Leave a Reply

Your email address will not be published. Required fields are marked *