ମହାପ୍ରସାଦକୁ ଅସମ୍ମାନ । ପୁରୀର ଏକ ତାରକା ହୋଟେଲ ଡାଇନିଂରେ ବସି ପର୍ଯ୍ୟଟକ ମହାପ୍ରସାଦ ସେବନ କରୁଥିବାର ଦେଖାଦେଇଛି । ଏହା ମହାପ୍ରସାଦକୁ ଅସମ୍ମାନ ବୋଲି ଚର୍ଚ୍ଚା ହେଉଛି | କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡିତ ଶ୍ରୀଜିଉଙ୍କ ମହାପ୍ରସାଦ ଦୁର୍ମୂଲ୍ୟ ହୋଇଥିବା ବେଳେ ଏଭଳି କାର୍ଯ୍ୟ ନିନ୍ଦନୀୟ ବୋଲି ମତ ପ୍ରକାଶ ପାଉଛି । ଡାଇନିଂରେ ବସି ଖାଉଥିବା ପର୍ଯ୍ୟଟକ ହେଉଛନ୍ତି ଓଡ଼ିଆ l ଓଡ଼ିଆ ହୋଇ କିପରି ମହାପ୍ରଭୁଙ୍କ ମହାପ୍ରସାଦଙ୍କୁ ଅସମ୍ମାନ କଲେ ତାହା ଏବେ ଚର୍ଚ୍ଚା ବିଷୟ ପାଲଟିଥିବା ବେଳେ ମହାପ୍ରସାଦ ପରସୁଥିବା ଜଣେ ବ୍ରାହ୍ମଣ l ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୁଣ୍ୟ ମିଳେ ମହାପ୍ରସାଦ ସେବନରେ ସେତିକି ପୂଣ୍ୟପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଜଣେ ଓଡ଼ିଆ ଓ ବ୍ରାହ୍ମଣ ମହାପ୍ରସାଦକୁ ନେଇ ଅସମ୍ମାନ କରୁଥିବା ନେଇ ସାଧାରଣରେ ନିନ୍ଦା କରାଯାଇଛି ଏହାକୁ ନେଇ ସେବାୟତ ମହଲରେ କ୍ଷୋବ ପ୍ରକାଶ ପାଇଛି l ମହାପ୍ରଭୁଙ୍କ ମହାପ୍ରସାଦକୁ ଏହିପରି ଅସମ୍ମାନ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ମତ ପ୍ରକାଶ ପାଇଛି l

Naxatra News is now on Whatsapp
Join and get latest news update delivered to you via whatsapp
Join Now