ରାୟଗଡ଼ା ର ଅଧିଷ୍ଠାତ୍ରୀ ଦେଵୀ ମାଆ ମଝିଘରିଆଣୀ। ମାଆ ଙ୍କ ପ୍ରତି ଭକ୍ତଙ୍କ ରହିଛି ଅଗାଢ଼ ବିଶ୍ୱାସ ଓ ଭକ୍ତି। ଏଥିପାଇଁ ତ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଭକ୍ତଙ୍କ ସୁଅ ଛୁଟିଛି। ବିଶେଷ କରି ମାଆଙ୍କ ଚୈତ୍ର ପର୍ବ ଓ ଦଶହରା ନବରାତ୍ର ଦୁଇ ପୂଜା ମୁଖ୍ୟ ପର୍ବ । ଭକ୍ତ ମାଆ ଙ୍କ ନିକଟରେ ମାନସିକ ରଖି ପୂଜା ଅର୍ଚ୍ଚନା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଦଶହରା ନବରାତ୍ରରେ ମାଆ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ନାଗାବଳୀ ଓ ଝଞ୍ଜାବତି ନଦୀ କୂଳେ ସହରର ମଧ୍ୟ ଭାଗରେ ରହିଥିବାରୁ ମାଆଙ୍କ ନାମ ମଝିଘରିଆଣୀ। ଦଶହରାରେ ମାଆଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଖଣ୍ଡା ପୂଜା ହୋଇଥାଏ । ମନ୍ଦିର ଭିତରେ ଥିବା ୫ଟି ଅଦୃଶ୍ୟ ଖଣ୍ଡା ଭିତରୁ ଗୋଟିଏ ଖଣ୍ଡା ସ୍ଥାନୀୟ ତହସିଲ ଅଫିସ କାର୍ଯ୍ୟାଳୟରେ ପୂଜା କରାଯାଏ। ମାଆଙ୍କ ଚଳନ୍ତି ପ୍ରତିମା ଏହି ଖଣ୍ଡା ପୂଜା ପାଉଥିବାରୁ ସହରରେ ଦୈବ ଦୁର୍ବିପାକ ,ମହାମାରୀର ପ୍ରାଦୁର୍ଭାବ ପଡିନଥିବା ବିଶ୍ୱାସ ଅଛି। ମହାଷ୍ଟମୀ ପୂଜାରେ ମାଆ ଚାମୁଣ୍ଡା ରୂପେ ପୂଜା ପାଇଥାନ୍ତି। ଏଠାରେ ବଳିପ୍ରଥା ପ୍ରଚଳିତ ଅଛି। ଭକ୍ତଙ୍କ ପ୍ରବଳ ଭିଡ଼ କୁ ଦୃଷ୍ଟି ରେ ରଖି ଶୃଙ୍ଖଳା ରେ ଦର୍ଶନ କରିବା ସକାଶେ ସମସ୍ତ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରତି ରବିବାର ଏଠାରେ ହଜାର ହଜାର ଭକ୍ତ ଙ୍ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ହୋଇଥାଏ। ସୁନାରେ ମାଆ ଝଟକୁଥିଲା ବେଳେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।
ଚୈତ୍ର ରେ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ସ୍ଵତନ୍ତ୍ର ପୂଜା ଉପାସନା ହୋଇଥାଏ। ସେହିପରି ଅଶ୍ୱିନୀ ଶୁକ୍ଳ ପ୍ରତିପଦା ଠାରୁ ଦଶମୀ ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦିଅନ୍ତି ମାଆ। ନବରାତ୍ର ପାଳନ ପାଇଁ ମାନସିକଧାରୀ ଅଖଣ୍ଡ ଦୀପ ପ୍ରଜ୍ବଳନ କରିଥାନ୍ତି। ଦଶହରା ପୂଜା ପାଇଁ ପ୍ରତିଦିନ ସୂର୍ଯ୍ୟପୂଜା,ନବଗ୍ରହ ପୂଜା,ଷୋଡ଼ଶ ଉପଚାର ପୂଜା,ହୋମ ଯଜ୍ଞ ଚଣ୍ଡୀପାଠ ଚଣ୍ଡୀ ପୂଜା ଶେଷ ରେ ଅଗ୍ନିପୁଜା ସହ ପୂର୍ଣ୍ଣାହୁତି ହୋଇଥାଏ। ପରବର୍ତ୍ତୀ ସମୟରେ ଆଭୂଷଣ ହୋଇ ନିଜ ଭଉଣୀ ମାନଂକ ଘର କୁ ମଧ୍ୟ ଯାଇଥାନ୍ତି ମାଆ।
ବର୍ଷ କୁ ଦୁଇଟି ବିଶେଷ ଉତ୍ସବ ହୋଇଥିବାରୁ ମାଆ ଭକ୍ତ ଙ୍କ ପାଇଁ ଏ ଭଳି ଅପରୁପ ବେଶ ଧାରଣ କରନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now