ଆମ ଓଡିଶା -ନବୀନ ଓଡିଶା ଯୋଜନାର ରୂପରେଖା ପ୍ରସ୍ତୁତ ବୈଠକ

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ ୧ ର ଚାରଗୋଟି ପଞ୍ଚାୟତରେ ”ଆମ ଓଡିଶା -ନବୀନ ଓଡିଶା ” ଯୋଜନାର ରୂପରେଖା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାଥିଲି ଜୋନ -୧ ଜିଲ୍ଲା ପରିଷଦ ସଭ୍ୟା ଲଷ୍ମୀପ୍ରିୟା ନାୟକ ଏବଂ ଜୋନ ସଂଯୋଜକ ବାବୁଲା ସାହୁ ଯୋଗ ଦେଇଥିଲେ । ମୁଖ୍ୟତଃ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ପଞ୍ଚାୟତ ଗୁଡିକର ଉନ୍ନତି ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଜନ ପ୍ରତିନିଧି ମାନେ ନିଜ ନିଜ ପଞ୍ଚାୟତ ଉନ୍ନତି ପାଇଁ ରୂପରେଖ ପ୍ରସ୍ତୁତ କରିବେ ଓ ସେହି ଅର୍ଥକୁ ଖର୍ଚ୍ଚ କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରିଛନ୍ତି । ସେଥିପାଇଁ ଗତକାଲି ମାଥିଲି ବ୍ଲକର ମହୁପଦର, କମାରପାଲି, କର୍ତନପାଲି ଓ ଟେମୁରୁପାଲି ପଞ୍ଚାୟତ ଗୁଡିକରେ ଆମ ଓଡିଶା ନବୀନ ଓଡିଶା ରୂପରେଖ ଯୋଜନା ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ଚାରି ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତର ସମସ୍ତ ୱାର୍ଡମେମ୍ବର, ନାଏବ ସରପଞ୍ଚ ଏବଂ ଗ୍ରାମବାସୀ ସବୁ ଉପସ୍ଥିତ ରହି ପଞ୍ଚାୟତର ଉନ୍ନତି ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *