ଦେଶ ବିଭାଜନ ଓ ବିସ୍ଥାପନ ସମସ୍ୟା ସମ୍ପର୍କିତ ଆଭାସୀ ପାଠଚକ୍ର

Spread the love

ମାଲକାନଗିରି : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ମାଲକାନଗିରି ଜିଲ୍ଲା ଶାଖାର ସଭାପତି ଡ଼ଃ. ରଞ୍ଜନ କୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଓ ଶ୍ରୀମତୀ ଆଭାରାଣୀ ବିଶ୍ଵାଳଙ୍କ ସଂଯୋଜନାରେ ଲୋକ ସଂସଦର ମାସିକ ଆଭାସି ପାଠଚକ୍ରର ଆୟୋଜନ କରାଯାଇଥିଲା। ଉକ୍ତ ପାଠଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ଵୟଂ ଶାସିତ ମହାବିଦ୍ୟାଳୟ, ଟିଟିଲାଗଡ଼ର ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ତଥା ଅଧ୍ୟାପକ ଜୟଦେବ କର ”ଦେଶ ଭାଗ ଓ ବିସ୍ଥାପନ ସାହିତ୍ୟରେ ଦଣ୍ଡକାରଣ୍ୟ” ବିଷୟ ସଂପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ପର୍ଯ୍ୟାୟରେ ଘଟିଥିବା ଦେଶର ବିଭାଜନ ସମୟରେ ବିସ୍ଥାପନଜନିତ ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ବିଭିନ୍ନ ସମୟରେ ଏହା ସହ ସମ୍ପର୍କିତ ସାହିତ୍ୟ ଆଦିର ଆଲୋଚନା କରାଯାଇଥିଲା । ବକ୍ତା ଦଣ୍ଡକାରଣ୍ୟରେ କିପରି ବାସ୍ତୁହରା ମାନେ ବିଭିନ୍ନ ସମୟରେ ଆଶ୍ରୟ ପାଇଛନ୍ତି ସେ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ପ୍ରତିମା ନାୟକ ମନ୍ତ୍ର ପାଠ କରିଥିଲେ ଓ ଡି. ଆଶିଷ ରାଠୋର ବିବେକ ବାଣୀ ପାଠ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ଆଜୀବନ ସଦସ୍ୟଙ୍କ ସହ ରାଜ୍ୟରୁ ବହୁ ବୁଦ୍ଧିଜୀବୀ, ସାହିତ୍ୟକ, ଲେଖକ, ସାମାଜିକ କର୍ମୀ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ। କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିବା ପରେ ଶିକ୍ଷୟିତ୍ରୀ ଅଙ୍ଗୁରବାଳା ସ୍ବାଇଁ ଶାନ୍ତି ପାଠ କରିଥିଲେ।

ସୂଚନାଯୋଗ୍ୟ ଯେ, ପ୍ରତି ମାସ ୪ ତାରିଖରେ ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ତରଫରୁ ମାଲକାନଗିରି ଶାଖା ବିଭିନ୍ନ ବିଷୟ ସମ୍ପର୍କୀତ ଆଭାସୀ ଆଲୋଚନାଚକ୍ର ଉପସ୍ଥାପନା କରିଥାଏ।

Leave a Reply

Your email address will not be published. Required fields are marked *