ମାଲକାନଗିରି : ମାଲକାନଗିରି ଜିଲ୍ଲାର ବରିଷ୍ଠ ଇନ୍ସପେକ୍ଟର ତଥା ମାଲକାନଗିରି ଥାନାର ପୂର୍ବତନ ଥାନା ଅଧିକାରୀ ରାମ ପ୍ରସାଦ ନାଗଙ୍କ କୋରାପୁଟ ଜିଲ୍ଲାକୁ ବଦଳି ହୋଇଥିବାରୁ ତାଙ୍କୁ ମାଲକାନଗିରି ସାଇକ୍ଲିଁ କ୍ଲବ ତରଫରୁ ସତିଗୁଡା ଇକୋପାର୍କ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗତକାଲି ରାତ୍ରରେ ବରିଷ୍ଠ ଅଧ୍ୟାପକ ରଞ୍ଜନ କୁମାର ସ୍ଵାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଚର୍ମ ବିଶେଷଜ୍ଞ ଡଃ. ନିହାର ରଞ୍ଜନ ନାୟକ ମୁଖ୍ୟ ଅତିଥି, ଇନ୍ସପେକ୍ଟର ରଘୁନାଥ ମାଝୀ ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥି ଭାବେ ଡ଼ଃ. ଲଲୁପ୍ କୁମାର ଶତପଥି, ସାମ୍ବାଦିକ ଦେବବ୍ରତ ସାନା ଏବଂ ଅନ୍ୟାନ୍ୟ ଅତିଥି ମଧ୍ୟରେ ସମାଜସେବୀ ଜଗବନ୍ଧୁ ପଢ଼ିଆରି, ବିକ୍ରମ କେଶରୀ ପାଢ଼ୀ, ସାମ୍ବାଦିକ ପ୍ରସାଦ ନାୟକ, ଜାନକୀ ପଟ୍ଟନାୟକ, ସନ୍ତୋଷ ନାୟକ, ସାମ୍ବାଦିକ ଜ୍ଞାନ ଚାନ୍ଦ ଦାଶ, ଅଧ୍ୟାପକ ରାମକୃଷ୍ଣ ଭଞ୍ଜ, ଆଶିଷ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ରାମ ପ୍ରାସାଦ ନାଗଙ୍କ ମେଳାପି ବ୍ୟକ୍ତିତ୍ଵ, ଜଣେ ଦକ୍ଷ ପୋଲିସ ଅଧିକାରୀ ତଥା ତାଙ୍କ ନିଷ୍ଠାବାନ କର୍ମମୟ ଜିବନୀ ଉପରେ ଆଲୋକପାତ କରିଥିଲେ। ଜଣେ ଉତ୍ତମ ପୋଲିସ ଅଧିକାରୀ ଭାବେ ସେ କିପରି ନିରବଛିନ୍ନ ଭାବେ ତାଙ୍କ କର୍ତ୍ତବ୍ୟ ସମ୍ପାଦାନ କରିଆସୁଥିଲେ ଓ ସମଗ୍ର ଜିଲ୍ଲାରେ ଲୋକଙ୍କ ପ୍ରିୟ ଭାଜନ ହୋଇଥିଲେ ତାହା ଉପରେ ସମସ୍ତେ ନିଜ ନିଜର ବକ୍ତବ୍ୟ ରଖିବାସହ ତାଙ୍କର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ ।
ଏହି ଅବସରରେ ସାଇକ୍ଲିଂ କ୍ଲବ ତରଫରୁ ଉପଢ଼ୌକନ ଓ ଉତ୍ତରୀୟ ଦିଆଯାଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅଧ୍ୟାପକ ରାମକୃଷ୍ଣ ଭଞ୍ଜ ଧନ୍ୟବାଦ୍ ଜଣାଇ ସଭା ଶେଷ ହୋଇଥିଲା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now