ସିବିଏସଇ ଦଶମ ପରିକ୍ଷାରେ ମାଲକାନଗିରିର ହିମେଶ ଜିଲ୍ଲା ଟପ୍ପର

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲାର ହିମେଶ୍ ରଞ୍ଜନ ସିକଦାରଙ୍କ ନାମ ଏବେ ଖୁବ୍ ଚର୍ଚ୍ଚାରେ । ମାଲକାନଗିରି ଜିଲ୍ଲାର ଲାଠିଆଗୁଡା ଠାରେ ରହୁଥିବା ବାପା ସୁଧିର ରଞ୍ଜନ ସିକଦାର ଓ ମାତା ପଦ୍ମାବତୀ ସିକଦାରଙ୍କ ଜ୍ୟେଷ୍ଠ ପୁତ୍ର ହିମେଶ ପିଲାଟି ଦିନରୁ ପାଠପଢାରେ ବହୁତ ଆଗ୍ରହୀ । ମାଲକାନଗିରି ଆଇଏମଏସଟି ବିଦ୍ୟାଳୟରେ ପାଠପଢା ଆରମ୍ଭ କରଥିବା ହିମେଶ୍ ପରବର୍ତୀ ସମୟରେ ନବୋଦୟ ବିଦ୍ୟାଳୟକୁ ଉତୀର୍ଣ୍ଣ ହୋଇଥିଲେ ଓ ନିକଟରେ ହୋଇଥିବା ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୭.୬ ପ୍ରତିଶତ ମାର୍କ ରଖି ମାଲକାନଗିରି ଜିଲ୍ଲାର ଟପ୍ପର ହେବା ସହ ରାଜ୍ୟ ସ୍ତରରେ ୪ର୍ଥ ସ୍ଥାନ ଅଧିକାର କରିଛି । ପୁଅର ଏଭଳି କୃତିତ୍ୱରେ ବାପା ମା ଦୁହେଁ ଭାବବିହ୍ୱଳ ହୋଇ ନିଜ ଖୁସି ଜାହିର କରିଥିଲା ବେଳେ ଜବାହର ନବୋଦୟ ବିଦ୍ୟାଳୟ ମାଲକାନଗିରିର ପ୍ରିନ୍ସପାଲ ଓ ଶିକ୍ଷକ ମାନେ ଖୁସିବ୍ୟକ୍ତ କରିବା ସହ ହିମେଶ୍ ର ଉତରୋତର ଉନ୍ନତି କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *