ମାଲକାନଗିରି କାଳବୈଶାଖୀ ଝଡରେ ଭୁଷୁଡି ପଡିଲା ନିର୍ମାଣଧୀନ ଏୟାର୍ ଷ୍ଟ୍ରିପର ପାଚେରୀ, ୫ ଶ୍ରମିକ ଆହତ

Spread the love

ମାଲକାନଗିରି : ଆଜି ଅପରାହ୍ନ ରେ ମାଲକାନଗିରି ଜିଲ୍ଲା ସଦର ମହକୁମାରେ କାଳବୈଶାଖୀ ଝଡରେ ଭୁଷୁଡି ପଡିଲା ନିର୍ମାଣଧୀନ ମାଲକାନଗିରି ଏୟାର୍ ଷ୍ଟ୍ରିପର ପାଚେରୀ । ପାଚେରୀ ତଳେ ଚାପି ହୋଇ ୫ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।ଏହାସହ ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ ଭାଙ୍ଗି ପଡିଛି ଗଛ । ୩୨୬ ନମ୍ବର ଜାତୀୟ ରାଜପଥ ଓ ମାଲକାନଗିରି -ବାଲିମେଳା ର ଅନେକ ସ୍ଥାନରେ ବଡ଼ ବଡ଼ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଲୋକଙ୍କ ଚାଳ ଓ ଟିଣ ଛପର ଉଡିଯାଇଛି । ଜିଲ୍ଲା କଂଗ୍ରେସ ଭବନ ମଧ୍ୟ କାଳବୈଶାଖି ତାଣ୍ଡବରୁ ବାଦ ପଡିନାହିଁ । ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଂଟ ବଙ୍କା ହୋଇଯାଇଛି । ତିନି ଘଂଟାରୁ ଅଧିକ ସମୟ ଧରି ମାଲକାନଗିରି ସହରରେ ବିଦ୍ୟୁତ ନାହିଁ । ଦମକଳ ବାହିନୀ ବିଭିନ୍ନ ସ୍ଥାନରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ତହସିଲ କାର୍ଯ୍ୟାଳୟ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ ଲୋକଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ତହସିଲଦାର କହିଛନ୍ତି ।

Leave a Reply

Your email address will not be published. Required fields are marked *