ମାଲକାନଗିରି ବିଜୁ ଜନତା ଦଳର ପଦ୍ମଗିରି ଜିଲ୍ଲା ପରିଷଦ ଜୋନ୍ ସ୍ତରୀୟ ୱାର୍ଡ କମିଟି ଓ ବୁଥ୍ କମିଟି ବୈଠକ

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମଗିରି ଜିଲ୍ଲା ପରିଷଦ ଜୋନ୍ ସ୍ତରୀୟ ମାଲକାନଗିରି ବିଜୁ ଜନତା ଦଳ ତରଫରୁ ନୂତନ ୱାର୍ଡ କମି ଟି ଓ ବୁଥ୍ କମି ଟି ଗଠନ ନେଇ ଏକ ସାଧାରଣ ବୈଠକ ସତୀଗୁଡା ଇକୋ ପାର୍କ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ପଦ୍ମଗିରି ଜିଲ୍ଲା ପରିଷଦ ଜୋନ୍ ର ସାତଟି ଗ୍ରାମପଂଚାୟତ ସିନ୍ଦ୍ରିମାଳ, ଗୌଡ଼ଗୁଡା, ତମସା, ଝରାପାଲ୍ଲୀ, ପେଡାକୋଣ୍ଡା, ପଦ୍ମଗିରି ଓ ଉଡୁପା ଗ୍ରାମପଂଚାୟତର ସମସ୍ତ ବିଜେଡି କର୍ମକର୍ତା ଯୋଗ ଦେଇଥିଲେ । ଏହି ବୈଠକରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ କିଭଳି ଟାଣ କରିହେବ ସାତଟି ଗ୍ରାମପଂଚାୟତର ସମସ୍ତ ସକ୍ରିୟ କର୍ମକାର୍ତାଙ୍କ ସହ ବିଶେଷ ଆଲୋଚନା କରିଛନ୍ତି ।

ଏହି ବୈଠକରେ ନବ ନିଯୁକ୍ତ ପଦ୍ମଗିରି ଜିଲ୍ଲା ପରିଷଦ ଜୋନ୍ ସଂଯୋଜକ ଗୋପୀ ପାଙ୍ଗିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ଜୋନ୍ ସଂଯୋଜକ ଗୋପୀ ପାଙ୍ଗି ସାତଟି ଗ୍ରାମପଂଚାୟତର ସମସ୍ତ କର୍ମକର୍ତାଙ୍କୁ କିଭଳି ପଂଚାୟତ ସ୍ତରରେ ନୂତନ ୱାର୍ଡ କମିଟି ଓ ବୁଥ୍ କମିଟି ଗଠନ କରିବା ପାଇଁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ ।

ଏହି ବୈଠକରେ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ, ଜିଲ୍ଲା ପରିଷଦ ସଭ୍ୟା କୁନି ଭୁମିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ, ବିଜେଡି ଯୁବ ନେତା ସଦାନନ୍ଦ ଖରା, ନିରଞ୍ଜନ ଗାଇନ୍‌, ଜଳେନ୍ଦ୍ର ବାଘ, ଅର୍ଜୁନ କୁମାର ଭତରା, ଶ୍ରୀହରି ହରିଜନ, ସୁନାଧର ମାଡକାମୀ ପ୍ରମୁଖଙ୍କ ସହ ବହୁ ପଂଚାୟତ କର୍ମକର୍ତା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *