ସାଂସଦଙ୍କ କୁଡୁମୁଲୁଗୁମ୍ମା ଗସ୍ତ : ଜନସାଧାରଣଙ୍କ ସମସ୍ୟା, ଆପତ୍ତି ଓ ଅଭିଯୋଗ ଶୁଣିଲେ

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗତକାଲି ଆୟୋଜିତ ଜନ ସମ୍ପର୍କ ଓ ସମ୍ବାଦ ଅଭିଯାନରେ ନବରଙ୍ଗପୁର ଲୋକସଭା କ୍ଷେତ୍ରର ସା°ସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ, ଖଇରପୁଟ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, ସା°ସଦ ପ୍ରତିନିଧି ଜଗନ୍ନାଥ ମାଝୀ, ମଦନ ଖୋସଲା, କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢୀ, ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗୀ, ହେମନ୍ତ କୁମାର ଦାସ, ଭଗବାନ ସାହୁ, ବାବୁନୁ ସୁକଦୁଲାରୀ, ଶ୍ରୀଧର ଆଦବାରୀ, ଗଣେଶ ପୁଜାରୀ ପ୍ରମୁଖ ଉପସ୍ଥିତ ଥିଲେ । ସର୍ବପ୍ରଥମେ ସା°ସଦ ଶ୍ରୀ ମାଝୀ ବାଲେଶ୍ଵର ଜିଲ୍ଲା ସୋର ଅନ୍ତର୍ଗତ ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ରେଳଯାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସେମାନଙ୍କ ଆତ୍ମାର ସଦଗତି କାମନା କରି କିଛି ମୁହୂର୍ତ୍ତ ନିରବ ପ୍ରାର୍ଥନା କରିଥିଲେ । ଏହାପରେ କୁଡୁମୁଲୁଗୁମ୍ମା ଓ ଏହାର ଆଖପାଖରୁ ଆସିଥିବା ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ବ ସମସ୍ତ ଜନସାଧାରଣଙ୍କ ସମସ୍ୟା, ଆପତ୍ତି ଓ ଅଭିଯୋଗ ଗୁଡ଼ିକୁ ସେ ଧ୍ୟାନ ଦେଇ ଶୁଣିଥିଲେ । ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ସେ ଏହି ଅଞ୍ଚଳର ଏକ ମୁଖ୍ୟ ସମସ୍ୟା ବିଷୟରେ ଉଲ୍ଲେଖ କରି କହିଥିଲେ ଯେ, ଆଗାମୀ ଦିନରେ କୁଡୁମୁଲୁଗୁମ୍ମାକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ଦେବା ପାଇଁ ସେ ନିଜେ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ, ଏହାସହ ସେ ପଖନାଗୁଡା ରାଧାକୃଷ୍ଣ ମନ୍ଦିର ଓ ସିରିପେଟା ଜଗନ୍ନାଥ ମନ୍ଦିରର ଶୋଭାବର୍ଦ୍ଧନ ସହ ଏହାର ପାରିପାର୍ଶ୍ବିକ ଉନ୍ନତି ନିମନ୍ତେ ପ୍ରାଥମିକତା ଦେବା ସହ ଏ ଅଞ୍ଚଳର ଅନ୍ୟ ସବୁ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ ।

Leave a Reply

Your email address will not be published. Required fields are marked *