ଆନ୍ତର୍ଜାତିକ ଯୋଗ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Spread the love

ମାଲକାନଗିରି : ଆଗାମୀ ଜୁନ ୨୧ ରେ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ ପାଳନ ନିମନ୍ତେ ମାଲକାନଗିରି ପତଞଳୀ ଯୋଗ ସମିତି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ସ୍ଵାଭିମାନ ଟ୍ରଷ୍ଟ / ପତଞ୍ଜଳି ଯୋଗ ସମିତି ତରଫରୁ ମାଲକାନଗିରି ଜିଲ୍ଲାର ୭ ଟି ବ୍ଲକରୁ ତହସିଲ ପ୍ରଭାରୀ ଓ ଯୋଗ ଶିକ୍ଷକ ଉପସ୍ଥିତ ଥିଲେ। ଆସନ୍ତା ଜୁନ ୨୧ ବିଶ୍ଵ ଯୋଗ ଦିବସକୁ ପ୍ରତ୍ୟେକ ଗ୍ରାମୀଣ ସ୍ତରକୁ ପହଞ୍ଚାଇବା ପାଇଁ ଟ୍ରଷ୍ଟ ର ଜିଲ୍ଲା ପ୍ରଭାରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ ପରାମର୍ଶ ଦେଇଥିଲେ।

ପତଞ୍ଜଳି ଯୋଗ ସମିତି ଜିଲ୍ଲା ପ୍ରଭାରୀ ଅରୁଣ ଡୁରୁକା, ସହ ଜିଲ୍ଲା ମହିଳା ପ୍ରଭାରୀ ଦୀପ୍ତି ରାୟଙ୍କ ସହ ଅନ୍ୟ ଯୋଗ ଶିକ୍ଷକ ମାନେ ବୈଠକରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *