ମାଲକାନଗିରି ଜିଲ୍ଲାର କଳାକାରଙ୍କୁ ନେଇପ୍ରସ୍ତୁତ ପ୍ରାମାଣିକ ଚଳଚିତ୍ର ସତ୍ୟଖବର ପ୍ରିମୀୟର ସୋ ଲୋକାର୍ପିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର କଳାକାର ଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ପ୍ରାମାଣିକ ଚଳଚିତ୍ର ସତ୍ୟଖବର ପବିତ୍ର ରଜ ଉତ୍ସବ ରେ ସ୍ଥାନୀୟ ନଗରଭବନ ଠାରେ ପ୍ରିମୀୟର ସୋ ଲୋକାର୍ପିତ ହୋଇଯାଇଛି । ଆଜିକାଲି ବିଭିନ୍ନ ସାମାଜିକ ଗଣ ମାଧ୍ୟମ ଛତୁଫୁଟିଲା ପରି ମାଡ଼ି ଚାଲିଛି। କେତକ ସାମାଜିକ ଗଣ ମାଧ୍ୟମ ନିଛକ ସତ୍ୟ ଖବର ପ୍ରକାଶ କରୁଥିବା ବେଳେ ଅନ୍ୟକେତେକ ସଂସ୍ଥା ଲୋକପିୟ ହେବା ପାଇଁ ମନ ଗଢ଼ା କାହାଣୀ,ଉଦେଶ୍ୟ ମୂଳକ ଭାଵ ମିଥ୍ୟା ଖବର ପ୍ରଚାର କରି ଭଦ୍ର ଲୋକ ଙ୍କୁ ଅପମାନିତ କରନ୍ତି। ବେଳେ ବେଳେ ତିନି ତୁଣ୍ଡରେ ଛେଳି କୁକୁର ହେବା ଭଳି ଲୋକଟି ଲୋକଲଜ୍ୟା ସହି ନପାରି ଆତ୍ମହତ୍ୟା କରୁଥିବା ବେଳେ ଅନ୍ୟ କିଏ ଏହାର ଦୃଢ଼ ମୁକାବିଲା କରି ସାମନା କୁ ସତ୍ୟ ଖବର ଆଣିଥାଏ। ଫେକ ନିୟୁଜ କେତେ ଯେ ଭୟଙ୍କର ଏହି କାହାଣୀ କୁ ନେଇ ନିର୍ମିତ ହୋଇଛି ସତ୍ୟ ଖବର।

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଲୋକେ ଖୁସିରେ ଶାନ୍ତିରେ ଜୀବନ ଜାପାନ କରିବାକୁ ପସନ୍ଦ କରନ୍ତି । ନିଜ ସମ୍ମାନକୁ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତି । ଜୀବନରେ ଏମିତି ଅନେକ ମୋଡ଼ ଆସିଥାଏ ଯେଉଁଠି ମିଛ ଖବର ପାଇଁ ସମ୍ମାନ ସହ ଜୀବନ ଚାଲିଯାଇଥାଏ । ଏହାକୁ ଆଧାର କରି ସତ୍ୟଖବର ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମାଲକାନଗିରି କଳାକାରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି। ଏହାର ନିର୍ଦେଶକ ମାତୃ ପ୍ରସାଦ ପରିଡା,ପଯୋଜକ ଭାବେ ଭକ୍ତିରଞ୍ଜନ ସାହୁ,ସଙ୍ଗୀତ ନିର୍ଦ୍ଦେଶକ ବିଭୁତି ଭୂଷଣ ଗଡ଼ନାୟକ,ଫଟୋଗ୍ରାଫି ଵିଶାଲ ,ମେକ ଉପ ରେ ଶ୍ରାବଣୀ ଓ ଋଷିକା ରହିଛନ୍ତି।ଏହି ସତ୍ୟଖବର ଚଳଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ମାଲକାନଗିରି ର କେ ବାଲା ରାଜୁ ଯିଏକି ସତ୍ୟ ନାମରେ ପରିଚିତ । ନାୟିକା ଭୂମିକାରେ ଦିବ୍ୟା ଓ ଅନ୍ୟକଳାକାର ମନେ ହେଲେ ଶୁଭସ୍ମିତା,ଜଗୁ,ବୈଷ୍ଠମ୍ବ ଦଳାଇ,ନାଦିୟା ବୈରାଗୀ,ମନୋଜ,ବିନାଶ କୁମାର ମିଶ୍ର,ଵାଲା,ପ୍ରଦୀପ,ରୁବେଲ ପ୍ରକାଶ ପଟ୍ଟନାୟକ, ସାଗର,ଶିଶିର,ରିନ୍ତୁ,ଚାନ୍ଦିନୀ,ଅଶ୍ୱିନୀ, ନେତେଶ,ନିବେଦିତା,ରାଜ,ମାଧବ,ଦୀପକ,ସନ୍ତୋଷ,ଅନ୍ୟାନ୍ୟ ଅନେକ ମାଲକାନଗିରି କଳାକାର ଏହି ଚଳଚିତ୍ର ରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଏହି ଚଳଚିତ୍ର ମାଧ୍ୟମରେ ଲୋକଙ୍କୁ ଫେକ ନିୟୁଜ ସାମାଜିକ ଗଣମାଧ୍ୟମରେ ପ୍ରକାଶ ହେବ ଦ୍ବାରା କିପରି ଅନେକ ଅସୁବିଧାର ଅମ୍ମୁଖୀନ ହେବାକୁ ପଡ଼ିଥାଏ ତାହା ଦର୍ଶା ଯାଇଛି

ଏହି ଚଳଚିତ୍ର ମାଧ୍ୟମରେ ମାଲକାନଗିରି ଅଞ୍ଚଳର କଳା ସଂସ୍କୃତି କୁ ଲୋକ ଲୋଚନ ଆଣିପାରିଛନ୍ତି । କିପରି ଲୋକେ ମିଛ ନିୟୁଜ ସାମାଜିକ ଗଣମାଧ୍ୟମ ରେ ପ୍ରକାଶ ହେବା ଦ୍ବାରା ସମାଜରେ ନିଜ ସମ୍ମାନ ହରେଇବା ସହ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଅନ୍ତି ତ କେହି ସମାଜକୁ ନ ଡରି ଏହାର ମୁକାବି ଲା କରିଥାନ୍ତି । । ଆଜି ଏହି ଚଳଚିତ୍ର ମାଲକାନଗିରିର ଟାଉନହଲ ଠାରେ ସ୍ୱତନ୍ତ୍ର ଭାବେ ଲୋକାର୍ପିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉତ୍କକ ସାମ୍ବାଦିକ ସଂଘ ର ସଭାପତି ଦୁର୍ଯ୍ୟଧନ ପାତ୍ର,ସମ୍ମାନିତ ଅତିଥି ଭାବେ ମାଲକାନଗିରି ଜିଲ୍ଲା ସମ୍ବାଦିକ ସଂଘ ସଭାପତି ଦେବପ୍ରସଦ ଦାଶ ଓ ମୁଖ୍ୟବକ୍ତା ଭାବେ ଜିଲ୍ଲା ଗଣମାଧ୍ୟମ ସମ୍ବନୟ କମିଟି ଅଧକ୍ଷ ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଚଳଚିତ୍ର ଟିର ପିମୀୟର ସୋ ଲୋକାର୍ପିତ କରିଥିଲେ। ଲୋକାର୍ପିତ ଉତ୍ସଵ ପରେ ଚଳଚିତ୍ର ଟି କୁ ପ୍ରଦର୍ଶନ କରାଯାଇଥିଲା। ଶ୍ୟାମ ସୁନ୍ଦର ନାୟକ ମଞ୍ଚପରିଚାଳନା କରିଥିବା ବଳେ ଉଦଘୋଷକ ଭାବେ ପୃଥ୍ୱୀରାଜ ଥିଲେ। ଏହି କାର୍ଯ୍ୟକ୍ରମ ରେ ଶତାଧିକ ଦର୍ଶକ ଉପସ୍ଥିତ ରହି ଚଳଚିତ୍ର ଟିକୁ ଦେଖି ପ୍ରଶଂସା କରିଥିଲେ।ମଞ୍ଚରେ ଓଡିଶୀ,ସମ୍ବଲପୁରୀ ଓ ଆଓମା ଗୁରୁକୂଳ ଛାତ୍ର ଙ୍କ ଦ୍ଵାରା ଆଦିବାସୀ ନୃତ୍ୟ ପରିବେଷଣ ହୋଇଥିଲା। ପରବର୍ତୀ ସମୟରେ ଜନସାଧାରଣ ଙ୍କ ପାଇଁ ମାଲକାନଗିରି ଜେ ମାକ ସିନେମା ହଲରେ ପ୍ରଦର୍ଶନ କରାଯିବ। ଏହା ପୂର୍ବରୁ ବିଏସ ସେଲିବ୍ରେସନ ୟୁଟବ ଚ୍ୟାନେଲ ଦ୍ୱାରା ଗୁଣ୍ଡା, ତୁ ସୁଧିରୁବୁ ନାହିଁ,ସବୁଜ ଜ ହର, ଉଡାଣ ର ସଫଳତା ପରେ ସତ୍ୟଖବର ଲୋକାର୍ପିତ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *