ମାଲକାନଗିରି : ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମ୍ୟାଲେରିଆ ଓ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଟାସ୍କଫୋର୍ସ ବୈଠକ ଜିଲ୍ଲାପାଳ ବିଶାଳ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାରେ ଗତ ବର୍ଷ ୪୮୧୬ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହି ବର୍ଷ ଜାନୁଆରୀରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ୧୨୮୬ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ୧୯୮ ଟି ରକ୍ତ ଚିକିତ୍ସା କେନ୍ଦ୍ର ଘୋଷଣା କରିବା ପାଇଁ ବ୍ୟବସ୍ଥା କରାଯିବ, ଯେଉଁଠିକୁ ଆଶା କର୍ମୀ ମାନଙ୍କ ପାଇଁ ଅପହଂଚ ହୋଇଥିବ । ସେହିପରି ସ୍କୁଲ ଓ ଗାଁ ସ୍ତରରେ ଭିଡିଓ ସୋ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ୨୨୫୧ ଗ୍ରାମରୁ ୬୪୯ ଗ୍ରାମ ହିଁ ଅଧିକ ମ୍ୟାଲେରିଆ ପ୍ରବଣ । ସେହି ଗ୍ରାମ ଗୁଡିକରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ପ୍ରଫୁଲ୍ଲ କୁମାର ନନ୍ଦ ସୂଚନା ଦେଇଛନ୍ତି । ଡ଼ା. ଧନେଶ୍ୱର ମହାପାତ୍ର, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ମଶାବାହିତ ରୋଗ) ସଭାର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ମଶାବାହିତ ରୋଗ ପରାମର୍ଶଦାତା ଅଜିତ ଦଳାଇ, ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ ଓ ବିଭିନ୍ନ ବିଭାଗର ଦାୟିତ୍ୱ ଓ କାର୍ଯ୍ୟ ପ୍ରଣାଳୀକୁ ପୁନ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନା କରିଥିଲେ । ଡେଙ୍ଗୁ ରୋଗର ନିୟନ୍ତ୍ରଣ ପାଇଁ ମଧ୍ୟ ଜିଲ୍ଲାପାଳ ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ । ଏଠାରେ କିଭଳି ସମସ୍ତ ସହଯୋଗୀ ବିଭାଗଙ୍କ ସହାୟତାରେ ମାଲକାନଗିରି ଜିଲ୍ଲାରୁ ମ୍ୟାଲେରିଆମୁକ୍ତ କରାଯାଇପାରିବ, ସେଥି ନିମନ୍ତେ ଗୁରୁତ୍ୱାରୋପ କରଯାଇଥିଲା ।
ଏହି ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ, ଜିଲ୍ଲା ପ୍ରକଳ୍ପ ପରିଚାଳକ ସସ୍ମିତା ସାହୁ, ମ୍ୟାଲେରିଆ ବିଶେଷଜ୍ଞ ବିକାଶ ପାଣିଗ୍ରାହୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ୭ଟି ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ବ୍ଲକ ଶିକ୍ଷାଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now