ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

Spread the love

ମାଲକାନଗିରି : ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଘଟଣାସ୍ଥଳରେ ଜଣେ ନାବାଳକର ମୃତ ହୋଇଥିବା ବେଳେ ଜଣେ ଗୁରୁତର । ପୋଲିସ ସୂଚନା ଅନୁସାରେ ଅଣ୍ଡରାହାଲ ଗ୍ରାମର ପ୍ରିତମ ଖରା ତାଙ୍କ ନିଜ ଟ୍ରାକ୍ଟର ନମ୍ବର ଓଡି ୧ 0ଡି ୭ ୮ ୯ ୧ ରେ ହିତାଧିକାରୀମାନଙ୍କ କିଣି ଥିବା ପିଡିଅସ୍ ଚାଉଳକୁ ଟ୍ରାକ୍ଟର ରେ ଲଦି ବିସେଇଗୁଡ଼ା ଗ୍ରାମକୁ ଯାଉଥିଲେ । ତାଙ୍କ ସହିତ ତାଙ୍କ ସମ୍ପର୍କକିୟ ପୁତୁରା ପ୍ରଶାନ୍ତ କୁମାର ପାଙ୍ଗି (୧୩) ମଧ୍ୟ ଯାଇଥିଲେ । ଭଜଗୁଡ଼ା ଏବଂ ବିଶେଇଗୁଡ଼ା ମଝିରେ ଏକ ବୁଲାଣି ରାସ୍ତାରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଟ୍ରାକ୍ଟର ଓଲଟି ପଡିବାରୁ ପ୍ରଶାନ୍ତ ଚାପି ହୋଇଯାଇଥିଲେ ।

ପ୍ରିତମ କିଛି ଦୂରକୁ ଛିଟିକି ହୋଇ ପଡିଯାଇଥିଲା । ଖବର ପାଇ ମୁଦୁଲିପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ସାହାଯ୍ୟରେ ଟ୍ରାକ୍ଟରର ଟଲିରୁ ପ୍ରଶାନ୍ତଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ । ଏବଂ ଗୁରୁତ୍ବ ହୋଇଥିବାରୁ ପ୍ରିତମଙ୍କୁ ଖଇରପୁଟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ରାତି ବିଳମ୍ବ ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରିନଥିଲା । ଆଜି ଶବ ବ୍ୟବଚ୍ଛେଦ କରି ପରିବାରଙ୍କୁ ଶବ ହସ୍ତାନ୍ତର କରିଛନ୍ତି । ବର୍ତ୍ତମାନ ଅଧିକ ତଦନ୍ତ ଚାଲିଛି ବୋଲି ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି କହିଛନ୍ତି ।

Leave a Reply

Your email address will not be published. Required fields are marked *