ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦ୍ଧାର କାର୍ଯ୍ୟର ତଦାରଖ କରିବା ପାଇଁ ବାଲେଶ୍ୱର ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିି ସମିକ୍ଷା କରିଛନ୍ତି। ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ବ୍ୟତୀତ ସେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତଙ୍କୁ ଭେଟିବେ । କରମାଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ପଶ୍ଚିମବଙ୍ଗ ରାଜ୍ୟ ସରକାର ଏକ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି ଏବଂ ଓଡିଶା ସରକାରଙ୍କ ସହ ସମସ୍ତ ଯୋଗାଯୋଗ ଜାରି ରହିଛି । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ସ୍ୱତନ୍ତ୍ର ଦଳ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଆହତ ନାଗରିକଙ୍କ ଥଇଥାନ ଏବଂ ଚିକିତ୍ସାରେ ସହାୟତା କରିବାକୁ ଭାରତୀୟ ସେନା ନିୟୋଜିତ କରାଯାଇଛି । ଇଷ୍ଟର୍ନ କମାଣ୍ଡରୁ ଆମ୍ବୁଲାନ୍ସ ଏବଂ ସପୋର୍ଟ ସେବା ସହିତ ଆର୍ମି ମେଡିକାଲ ଏବଂ ଇଞ୍ଜିନିୟରିଂ ଦଳ ନିୟୋଜିତ ହୋଇଛନ୍ତି ।
02 MI-17 ହେଲିକପ୍ଟରଗୁଡିକ IAF ଦ୍ୱାରା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ରଖାଯାଇଛି | ଘଟଣାସ୍ଥଳରା ଥିବା RLY କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ଏହି ଅପରେସନ୍ ଚାଲିଛି ।
କୋଲକାତାରେ ବାଂଲାଦେଶ ଡି ହାଇ କମିଶନ ଓଡ଼ିଶା ସରକାର ଏବଂ ରେଳ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଗତକାଲି ରାତିରେ କରମଣ୍ଡଳ ଏକ୍ସପ୍ରେସରେ ଚିକିତ୍ସା ପାଇଁ ଭେଲୋରକୁ ଯାଉଥିବା ବାଂଲାଦେଶୀ ରୋଗୀଙ୍କ ବିଷୟରେ ପଚାରି ବୁଝିଛନ୍ତି । ବାଂଲାଦେଶ ଡି ହାଇ କମିଶନଙ୍କ ହଟଲାଇନ ନମ୍ବର ହେଉଛି 91 90 3835 35 33 |
Naxatra News is now on Whatsapp
Join and get latest news update delivered to you via whatsapp
Join Now