ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ

Spread the love

କେନ୍ଦ୍ରାପଡ଼ାରୁ: ମନରେଗା ପ୍ରକଳ୍ପ ଯୋଜନା ଯୋଜନା କାର୍ଯ୍ୟରେ ଚଞ୍ଚକତା । ବହୁ ବର୍ଷ ଧରି ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ । ଉଚତ ପାରିଶ୍ରମିକ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ । କେନ୍ଦ୍ରାପଡା ଡେରାବିଶ ବ୍ଲକରୁ ଦେଖିବା

ମନରେଗା ପ୍ରକଳ୍ପ ଯୋଜନା କାର୍ଯ୍ୟରେ ଚଞ୍ଚକତା । କାମ କରିଥିବା ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ । ଉଚତ ପାରିଶ୍ରମିକ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକଙ୍କ ଅନଶନ । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍ ଅନ୍ତର୍ଗତ ପଲେଇ ଗ୍ରାମପଞ୍ଚାୟତର କଣିପଡା ମୌଜା କଥା । ୨୦୨୧ ମସିହାରେ ପଲେଇ ପଂଚାୟତ ଅନ୍ତର୍ଗତ ରଖିଆ ଦଣ୍ଡା ପୋଖରୀ ,ସବଳଙ୍ଗ ବଡ ପୋଖରୀ, ଗୋହରୀ ମୁଣ୍ଡ ରାସ୍ତା  ପ୍ରଭୃତି କାମରେ ମୌଜାର ଜର୍ବ କାର୍ଡଧାରୀମାନେ ଶ୍ରମିକ ଭାବେ କାମ କରି ଏପର୍ଯ୍ୟନ୍ତ ମଜୁରୀ ପାଇ ନାହଁନ୍ତି । ଏ ସମ୍ପର୍କରେ ଗ୍ରାମସାଥୀଠୁ ଆରମ୍ଭ କରି ସରପଞ୍ଚ, ବିଡିଓ ଏବଂ ଜିଲ୍ଲାପାଳଙ୍କୁ ବାରମ୍ବାର ଜଣାଇଲା ପରେବି ଏପର୍ଯ୍ୟନ୍ତି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

ସେପଟେ ଶବଳଙ୍ଗ ରକ୍ଷାଦଣ୍ଡ ଉନ୍ନତିକରଣ ପାଇଁ ତିନି ଗୋଟି ପ୍ରକଳ୍ପରେ ୯ଲକ୍ଷ ୫୦ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଫଳକରେ ଦର୍ଶାଯାଇଛି ।ହେଲେଏହି ପ୍ରକଳ୍ପ ଗୁଡିକରେ ମାତ୍ର ୪୦ରୁ ୫୦ଜଣ ଶ୍ରମିକ କାର୍ଯ୍ୟ କରିଥିବାବେଳେ ଗ୍ରାମ ରୋଜଗାର ସେବକ, ଗ୍ରାମସାଥୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଚଞ୍ଚକତା କରି କାମ କରିଥିବା ଏହି ଶ୍ରମିକମାନଙ୍କ ବଦଳରେ କାମ କରି ନଥିବା କେତେକ ଠକ, ଶଯ୍ୟାଶାୟୀ ଓ ୬୦ବର୍ଷରୁ ଉର୍ଦ୍ଧ ଲୋକମାନଙ୍କ ନାମରେ ବିଲ୍ କରି ଅର୍ଥ ଉଠାଇ ନେଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟ ହେବା ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାରିଶ୍ରମିକ ଉପରେ ସୁଧ ପ୍ରଦାନ ସହିତ କ୍ଷତିପୁରଣ ବାବଦକୁ ୫ ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯିବାକୁ ଦାବି କରିଛନ୍ତି ଶ୍ରମିକ। ତେବେ ଏହି ଘଟଣାରେ ଡେରାବିଶ BDOଙ୍କୁ ଅବଗତି କଲା ପରେ ସେ ଏହି ଘଟଣାର ତଦନ୍ତ କରି ଏଥିରେ ସମ୍ପୂକ୍ତ ଥିବା ବ୍ୟକ୍ତି ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ତେବେବେଆଇନ ଭାବେ କାମ କରିନଥିବା ଶ୍ରମିକଙ୍କ ନାମରେ ଯାଇଥିବା ଅର୍ଥକୁ ଫେରସ୍ତ କରାଯିବା ସହ ଏଭଳି ବେଆଇନ କାର୍ଯ୍ୟ କରିଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି ହୋଇଛି ।

ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *