ଜମୁଛି ମଣ୍ଡେଇ ସାଂସ୍କୃତିକ ମହୋତ୍ସବ

Spread the love

ନବରଙ୍ଗପର: ଜମୁଛି ନବରଙ୍ଗପୁରର ମଣ୍ଡେଇ ସାଂସ୍କୃତିକ ମହୋତ୍ସବ। ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଜାତୀୟ ପୁରସ୍କାରପ୍ରାପ୍ତ କଳାକାରଙ୍କ ସୁମଧୁର ସଙ୍ଗୀତ ଲୋକଙ୍କୁ ବାନ୍ଧି ରଖିବା ସହ ବାହାର ରାଜ୍ୟରୁ ଆସିଥିବା ଲୋକ ନୃତ୍ୟ ଗୁଡିକ ଦର୍ଶକଙ୍କୁ ମତୁଆଲା କରିଥିଲା । ବିଳମ୍ୱିତ ରାତି ପର୍ଯ୍ୟନ୍ତ ଦର୍ଶକ ସୁମଧୁର ସଙ୍ଗୀତ ସହ ବିଭିନ୍ନ ସ୍ଥାନର ନୃତ୍ୟକଳାର ମଜ୍ଜା ଉଠାଇଥିଲେ ।

ମଣ୍ଡେଇର ଦ୍ୱିତୀୟ ସନ୍ଧ୍ୟାରେ ରାଜ୍ୟ ବାହାରର ନୃତ୍ୟକଳାର ସମ୍ଭାର ଲୋକଙ୍କୁ ମନ ମୋହିଥିବା ବେଳେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଲୋକେ ସୁମଧୁର ଆଦିବାସୀ ସଙ୍ଗୀତରେ ମତୁଆଲା ହୋଇଥିଲେ । ମଞ୍ଚରେ ଓଡିଶୀ ନୃତ୍ୟ,ମହାରାଷ୍ଟ୍ରର କୋଲି ନୃତ୍ୟ,କଲିକତାର ଝୁମର ନୃତ୍ୟ,ଆସାମର ଭରତାଜ ନୃତ୍ୟ, ଭଞ୍ଜନଗରର ପଶୁମୁଖା ନୃତ୍ୟ,ଗଜପତିର ଗଜମୁହାଁ ନୃତ୍ୟ,କଳାହାଣ୍ଡିର ବାଜସାଇ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା । କଳାହାଣ୍ଡିର ଜାତୀୟ ପୁରସ୍କାର ପ୍ରାପ୍ତ ସଙ୍ଗୀତ  କଳାକାର ସର୍ବେଶ୍ୱର ଭୋଇ  ସିଙ୍ଗାରି ନୃତ୍ୟ ପରିବେଷଣ କରିଥିଲେ । ଏଥିସହ ତାଙ୍କ ସୁମଧୁର କଣ୍ଠରେ ଗାଇଥବା ଲୋକପ୍ରିୟ ସଙ୍ଗୀତ ଲିକିରି ଝିକିରି ଓ ପଖାନ ଉପରେ ଝରଣା ପାନି ଗୀତ ପରିବେଷଣ ଉପସ୍ଥିତ ଲୋକଙ୍କୁ ବାନ୍ଧିକି ରଖିଥିଲା। ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ମଣ୍ଡେଇ ମଞ୍ଚରେ ନିଜର କଳା ପ୍ରଦର୍ଶନ କରି ବେଶ ଖୁସି ଥିବାବେଳେ ପୁନର୍ବାର ଏଭଳି କାର୍ଯ୍ୟକ୍ରମରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି

ମଣ୍ଡେଇର ଦ୍ୱିତୀୟ ସନ୍ଧ୍ୟାରେ କୃଷି ସଚିବ ଡ଼ଃ. ଅରବିନ୍ଦ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କୋରାପୁଟ ଜିଲ୍ଲାପାଳ, ନବରଙ୍ଗପୁର ଆରଖି ଅଧିକ୍ଷକ ଯୋଗ ଦେଇଥିଲେ । ବାହାର ରାଜ୍ୟର ସଂସ୍କୃତି ସହ ଆଞ୍ଚଳିକ ସଂସ୍କୃତିର ଅପୂର୍ବ ମିଳନ ହେବା ସହ ବିଭିନ୍ନ ରାଜ୍ୟର ଲୋକ ନୃତ୍ୟ ଗୁଡିକୁ ଗୋଟିଏ ମଞ୍ଚରେ ଦେଖିପାରୁଛନ୍ତି ଜିଲ୍ଲାବାସୀ। ଯାହାଫଳରେ ଭାବ ଏବଂ ସଂସ୍କୃତିର ପରିଚୟ ସୃଷ୍ଟି ହୋଇପାରୁଥିବା ଅତିଥି ମାନେ ପ୍ରକାଶ କରିଥିଲେ । ତେବେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆଜି ବାହାର ରାଜ୍ୟ ଏବଂ ଜିଲ୍ଲା ର ଲୋକନୃତ୍ୟ ପ୍ରଦର୍ଶନର ଶେଷଦିନ ବୋଲି ଜଣାପଡିଛି ।

ପ୍ରତ୍ୟେକ ବର୍ଷ ମଣ୍ଡେଇ ମହୋତ୍ସବ ମାଧ୍ୟମରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ସ୍ଥାନୀୟ କଳାକାରଙ୍କ ଦ୍ୱାରା ପରିବେଷିତ ହେଉଥିବା ନୃତ୍ୟକଳା ବିଷୟରେ ଜାଣିବା ସହ ଆନନ୍ଦ ଉଠାଉଛନ୍ତି ।ଯାହା ଫଳରେ ପରସ୍ପରର ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରୁଛି ।

ରବି ପଟ୍ଟନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *