ଅବ୍ୟବସ୍ଥା ଘେରରେ ଏସସିବି ମେଡିକାଲ

Spread the love

କଟକ: କଟକ ଏସ ସିବି ମେଡିକାଲରେ ପୁଣି ଅବ୍ୟବସ୍ଥା ଅଭିଯୋଗ। କିଛି ଦିନ ହେବ ଅଚଳ ହୋଇ ପଡିଛି ନିଦାନ ପରୀକ୍ଷା କେନ୍ଦ୍ରରେ ଥିବା ଦୁଇ ଦୁଇଟି ଏକ୍ସରେ ଏବଂ ସିଟି ସ୍କାନ ମେସିନ। ଯାହା ଫଳରେ ବିଭିନ୍ନ ପରୀକ୍ଷା ପାଇଁ ହନ୍ତସନ୍ତ ହେଉଛନ୍ତି ଶହ ଶହ ରୋଗୀ । ସେପଟେ ଏସ ସିବି ଅଧ୍ୟକ୍ଷ କହିଛନ୍ତି  ନିଦାନ ପରୀକ୍ଷା କେନ୍ଦ୍ରରେ ଗୋଟିଏ ମେସିନକୁ ସଜଡା ଜାଇଛି ଅନ୍ୟ ଏକ ମେସିନକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ ।

ବଡ ହସପିଟାଲରେ ବଡ଼ ଅବ୍ୟବସ୍ଥା । କଟକ ଏସସିବି ମେଡିକାଲରେ ଦୀର୍ଘ ଦିନ ଧରି ଅଚଳ ହୋଇ ପଡିରହିଛି  ଦୁଇ ଦୁଇ ଟି ଏକ୍ସରେ ଏବଂ ସିଟି ସ୍କାନ ମେସିନ । ଫେଲ ମାରିଛି ସରକାରଙ୍କ ନିଦାନ ଯୋଜନା । ରୋଗୀଙ୍କ ପାଇଁ ମାଗଣାରେ ପରୀକ୍ଷା କେନ୍ଦ୍ର ଖୋଲି  ବାହାବା ନେଉଛନ୍ତି ରାଜ୍ୟ ସରକାର। ମାତ୍ର ରୋଗୀ ବିଭିନ୍ନ ପରୀକ୍ଷା ପାଇଁ ଦିନ ଦିନ ଅପେକ୍ଷା କରି ନିରାଶ ହେଉଛନ୍ତି  । ଶହ ଶହ ରୋଗୀ ପ୍ରତିଦିନ ବିଭିନ୍ନ ପରୀକ୍ଷା ପାଇଁ ନିଦାନ କେନ୍ଦ୍ରକୁ ଆସୁଥିବା ବେଳେ ମେସିନ ଖରାପ କହି ରୋଗୀଙ୍କୁ ଫେରାଇ ଦେଉଛନ୍ତି ନିଦାନ କେନ୍ଦ୍ରର କର୍ମଚାରୀ। ସେପଟ ରୋଗୀଙ୍କ ସମ୍ପର୍କୟ ମାଗଣା ବଦଳରେ ବାହାରେ ଟଙ୍କା ଖର୍ଚ୍ଚ କରି କରୁଛନ୍ତି ବିଭିନ୍ନ ପରୀକ୍ଷା । ଅନ୍ୟପଟେ  ଏସ ସିବି ମେଡ଼ିକାଲ କଲେଜର  ଏକ୍ସରେ ମେସିନ ବାରମ୍ବାର କାହିଁକି ଖରାପ ହେଉଛି ରୋଗୀ କାହିଁକି ବିଭିନ୍ନ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି  ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁରେସ ମହାପାତ୍ର ।

କେବଳ ସେତିକି ନୁହେଁ ଏସସିବି ମେଡ଼ିକାଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧନ କିଭଳି ହେବ,  ସମସ୍ତ ରୋଗୀ କିଭଳି କୌଣସି ଚିକିତ୍ସାରୁ ବଞ୍ଚିତ ନହେବ, ସେ ନେଇ କଂଗ୍ରେସ ବରିଷ୍ଠ ନେତା ସୁରେସ ମହାପତ୍ରଙ୍କ ନେତୃତ୍ୱରେରେ ଏକ ପ୍ରତିନିଧି ଦଳ ଏସ ସିବି ମେଡ଼ିକାଲ ସୁପ୍ରିଟେଣ୍ଡଏଣ୍ଟଙ୍କୁ ଏକ ଦାବି ପତ୍ର ପ୍ରଦନ କରିଛନ୍ତି । ବିଶେଷ କରି ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ସୁବିଧା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ସେପଟେ ଏସସିବି ସୁପ୍ରିଟେଣ୍ଡଏଣ୍ଟ କହିଛନ୍ତି  ନିଦାନ ସେଣ୍ଟରରେ ଥିବା ଦୁଇଟି ସିଟି ସ୍କାନ ଏବଂ ଏକ୍ସରେ ମେସିନରୁ ଗୋଟିଏକୁ ସଜଡା ଯାଇ କାର୍ଯ୍ୟକ୍ଷମ କରାଯାଇଛି ଅନ୍ୟଟିକୁ ଖୁବ ଶୀଘ୍ର ସଜଡା ଯିଵ । ଏସସିବିରେ ପ୍ରତିଦିନ ଅଧିକ ସଂଖାରେ ରୋଗୀ ଆସୁଥିବାରୁ ମେସିନ ଉପରେ   ଅଧିକ ଲୋଡ଼ ପଡୁଛି । ତେଣୁ ଆଉ ଗୋଟିଏ ନୂଆ ମେସିନ ଆଣିବା ପାଇଁ ପକ୍ରିୟା ଆରମ୍ଭ ହୋଇଛି।

ତେବେ ଏହି ସମସ୍ୟାର ତୁରନ୍ତ  ସମାଧନ ନ ହେଲେ ଆଗାମୀ ଦିନରେ କଂଗ୍ରେସ ଅହରାତ୍ର ଧାରଣ ର ବସିବ ବୋଲି ଚେତାବନୀ ଦେଇଛି ।

ଦୀପ୍ତିରଞ୍ଜନ ଶତପଥୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *