ସୁମରବନ୍ଧରେ ମାଓ ବାଦୀଙ୍କ ବର୍ବର କାଣ୍ଡ, ପୂର୍ବତନ ସରପଂଚଙ୍କୁ ଗୁଳି କରି ହତ୍ୟା

Spread the love

କନ୍ଧମାଳ : ଗତ କିଛିଦିନ ତଳେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ରେ ହୋଇଥିବା ମାଓ ଏନକାଉଣ୍ଟର ପରେ ରକ୍ତ ମୁଖା ହୋଇପଡିଛନ୍ତି ମାଓ ବାଦି । ଘଟଣା ପରେ ବର୍ତମାନ କନ୍ଧମାଳ ମୁହାଁ ମାଓବାଦୀ । ଘଟଣାକୁ ତିନିଦିନ ନପୂରୁଣୁ ଲାଲ ବାହିନୀ ପୋଲିସ ଇନଫର୍ମର ସନ୍ଦେହରେ ପୁଣି ଜଣେ ପୂର୍ବତନ ସରପଂଚଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରିଛନ୍ତି । ତେବେ କନ୍ଧମାଳ ଜିଲ୍ଲାର ମାଓ ଅଧିସୁତ ଅଂଚଳ କୁହାଯାଉଥିବା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ସୁମେରବନ୍ଧ ପଂଚାୟତର ପୂର୍ବତନ ସରପଂଚ ସୁବଳ କହଁର ଙ୍କୁ ଅତି ନିର୍ମମ ଭାବରେ ମାଓ ବାଦି ମାନେ ହତ୍ୟା କରି ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି । ମୃତ ସୁବଳ କହଁର ଏହି ସୁମେର ବନ୍ଧ ପଂଚାୟତ ଗଠନ ହେବା ପରେ ପଂଚାୟତର ପ୍ରଥମ ସରପଂଚ ଭାବରେ ଦାୟିତ୍ୱ ନେଇଥିଲେ । ପଂଚାୟତ ର ସର୍ବାଙ୍ଗୀନ ଉନ୍ନତି ପାଇଁ ମଧ୍ୟ୍ୟ ବହୁ ପ୍ରଚେଷ୍ଟା କରିଥିଲେ । ଯାହାପାଇଁ ମାଓ ବାଦିଙ୍କ ଟାର୍ଗେଟ ରେ ଥିଲେ ସୁବଳ । ଅନେକ ଥର ସୁବଳ ଙ୍କୁ ମାଓବାଦିମାନେ ଧମକ ମଧ୍ୟ୍ୟ ଦେଇ ଆସୁଥିଲେ । ତେବେ ବୁଧବାର ରାତ୍ର ପ୍ରାୟ ୯ଟା ସମୟରେ ସୁବଳ ତାଙ୍କ ପରିବାର ସହ ତାଙ୍କ ପୈତୃକ ଗାଁ ସାଉଲି ପଡା ସ୍ଥିତ ନିଜ ଘରେ ସୋଇଥିବା ବେଳେ ୧୦ ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଡ଼ାକିନେଇ ତାଙ୍କ ଘର ଅଗଣାରେ ହିଁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି । ଅନ୍ୟପଟେ ଘଟଣା ସ୍ଥଳରୁ ସୁମେରବନ୍ଧ ସିଆରପିଏଫ କ୍ୟାମ୍ପର ଦୂରତା ମାତ୍ର ଏକ କିଲୋ ମିଟର ହୋଇଥିବାବେଳେ କଡା ସୁରକ୍ଷା ବ୍ୟବସ୍ତା ଥାଇ ମଧ୍ୟ ଏଭଳି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଜନ ସାଧାରଣ । ତେବେ ଘଟଣାଟି ଗତକାଲି ରାତିରୁ ହୋଇଥିବାବେଳେ ବର୍ତମାନ ପର୍ଯ୍ୟନ୍ତ କୌଣସି ପୋଲିସ ଅଧିକାରୀ କିମ୍ବା ସୁରାକ୍ଷା କର୍ମୀ ଘଟଣା ସ୍ଥଳରେ ପହଂଚି ନଥିବା ଜଣା ପଡିଛି । ଅନ୍ୟପଟେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟରେ ବାତାବରଣ ସୃଷ୍ଟି ହୋଇଥିବା ବେଳେ ସାଉଲ ପଡା ଗାଁ ଭୟରେ ଶୂନ୍ୟ ହୋଇଯାଇଥିବା ଜଣାପଡିଛି । ଅନ୍ୟପଟେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳ ରେ କୁମ୍ବିଙ୍ଗ ଅପରେସନ କୁ ଜୋରଦାର କରାଯାଇଛି । ତେବେ ଗତକାଲି ମୃତ ସୁବଳ କହଁର ଘର ଭିତରେ ବସି ମୋବାଇଲ ଦେଖୁଥିବା ବେଳେ ପାଂଚରୁ ସତ ଜଣ ସଶସ୍ତ୍ର ମାଓ ବାଦି ତାଙ୍କୁ ଡାକିଥିଲେ । ଭୟରେ ସରପଂଚ ଜଣକ ଘର ପଛପଟୁ ଦଉଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଘର ପାଖ ବିଲ ମଝିରେ ପଛପଟୁ ଗୁଳି କରିଥିଲେ । ଗୁଳି ମାଡ଼ରେ ମୃତ ସରପଂଚ ଜଣକ ଟଳି ପଡିବା ପରେ ଏକ ଧାରୁଆ ଟାଙ୍ଗିଆ ରେ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ତେବେ ଘଟଣା ପରେ ଏସପିଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ତତ୍ୱାବଧାନରେ ଘଟଣା ସ୍ଥଳରୁ ଶବକୁ ଏକ ଅଟୋ ସାହାଯ୍ୟରେ ସାଡିଙ୍ଗିଆ କୁ ଆଣିବା ପରେ ଏକ ଆମ୍ବୁଲାନ୍ସ ଯୋଗେ ପୋଲିସର କଡା ସୁରକ୍ଷା ବ୍ୟବସ୍ତା ମଧ୍ୟରେ ଶବକୁ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ପଠେଇ ଦିଆଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ । ଅନ୍ୟପଟେ ମାଓ ବାଦି ସରପଂଚଙ୍କୁ ହତ୍ୟା କରିସାରିବା ପରେ ମୃତ ଦେହ ପାଖରେ କିଛି ମାଓ ପୋଷ୍ଟର ଛାଡିଯାଇଛନ୍ତି । ପୋଷ୍ଟରରେ କେକେବିଏନ ଡିଭିଜନାଳ କମିଟି ଲେଖାଥିବା ବେଳେ ପୋଲିସ କୁ ଖବର ନଦେବା,ପୋଲିସ କଥାରେ ପଡି ନିଜ ମାନବିକତାକୁ ବିକନ୍ତୁ ନାହିଁ, ଅଧୁବାସୀ ଓ ଦଳିତ ଯୁବକମାନେ ଆରଏସଏସ, ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳରେ ଯୋଗ ଦିଅନ୍ତୁ ନାହିଁ କାରଣ ସଙ୍ଘ ପରିବାର ଆଦିବାସୀ ଦଳିତ ମାନଙ୍କ ବିରୋଧୀ ବୋଲି ଉଲ୍ଲେଖ ଥିବା ବେଳେ ପୋଲିସ ଇନଫର୍ମର ବଦଳରେ କାମ ଦେବାପାଇଁ ସରକାରଙ୍କ ପାଖରେ ଦାବି କରନ୍ତୁ ବୋଲି ପଡ଼ିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ।

Leave a Reply

Your email address will not be published. Required fields are marked *