ଆଜିଠାରୁ ଆରମ୍ଭ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ
() ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କାର୍ଯ୍ୟ । ଏହି ପ୍ରକ୍ରିୟାରେ ଦଶମ ଶ୍ରେଣୀ ସହିତ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି । ଖାତା ମୂଲ୍ୟାୟନ ପାଇଁ ରାଜ୍ୟରେ ମୋଟ ୫୬ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିବା ବେଳେ ୧୨ହଜାର ୪୫୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି ଖାତା ଦେଖା ପ୍ରକ୍ରିୟାରେ। ତେବେ ୧୦ ରୁ ୧୧ଦିନ ମଧ୍ୟରେ ଖାତା ଦେଖା କାର୍ଯ୍ୟକୁ ଶେଷ କରିବା ପାଇଁ ଲକ୍ଷ ରଖିଛି ବୋର୍ଡ।
ଆରମ୍ଭ ହେଲା ମାଟ୍ରିକ ସମେଟିଭ ୧ ପରିକ୍ଷାର ମୂଲ୍ୟାୟନ ପକ୍ରିୟା । ୫୬ଟି ସେଣ୍ଟରରେ ଖାତା ଦେଖୁଛନ୍ତି ୧୨ହଜାର ୪୫୦ ଶିକ୍ଷକ ଶିକ୍ଷକ । ପରିକ୍ଷା ଦେଇଛନ୍ତି ୫ ଲକ୍ଷ ୪୨ ହଜାର ପିଲା । ଶୁକ୍ରବାରଠାରୁ ବୋର୍ଡ ପକ୍ଷରୁ ଆରମ୍ଭ ହୋଇଛି ମାଟ୍ରିକ ସମେଟିଭ ୧ ପାଇଁ ମୂଲ୍ୟାୟନ ପକ୍ରିୟା। ସକାଳ ୯ ଟାରୁ ଆରମ୍ଭ ହୋଇଛି ମ୍ୟାଟ୍ରିକ ପରୀକ୍ଷାର ଖାତା ଦେଖା କାର୍ଯ୍ୟ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ସ୍କୁଲର ଭୋକସନାଲ ଏବଂ ସ୍କିପ୍ଟ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ସ୍କୁଲରେ ଖାତାଦେଖା ଚାଲୁଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ହୋଇଥିବା ସମେଟିଭ ପରୀକ୍ଷାରେ ରାଜ୍ୟର ୩୦୨୯ କେନ୍ଦ୍ରରେ ୫ ଲକ୍ଷ ୪୨ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଯେଉଁଥିରେ ମାଟ୍ରିକ ସହ ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷାର୍ଥୀ ବି ଦେଇଥିଲେ ପରୀକ୍ଷା। ଏହାସହ ଭୁବନେଶ୍ୱର .ୟୁନିଟ ୧ ହାଇସ୍କୁଲରେ ଗଣଶିକ୍ଷା ମନ୍ତ୍ରୀ ମୂଲ୍ୟାୟନ କେନ୍ଦ୍ର ପରିଦର୍ଶନ କରିଛନ୍ତି ।
ନଭେମ୍ବର ୨୩ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହୋଇଥିଲା ସମେଟିଭ ୧ ପରୀକ୍ଷା। ୧୦ରୁ ୧୧ ଦିନ ମଧ୍ୟରେ ଖାତା ଦେଖା କାର୍ଯ୍ୟକୁ ଶେଷ କରି ମାର୍କକୁ ବୋର୍ଡ ୱେବସାଇଟ ରେ ଅପଲୋଡ଼ କରାଯାଯିବ । ଖାତା ଦେଖା କାର୍ଯ୍ୟକୁ ନିର୍ଭୁଲ ଓ ତୃଟି ଶୁନ୍ୟ କରାଯିବା ଉପରେ ଧ୍ୟାନ ଦେଉଥିବା ନିୟୋଜିତ ଶିକ୍ଷକମାନେ କହିଛନ୍ତି ।
ସେପଟେ ବୋର୍ଡ ଅନେକ ସମୟରେ ଫଳ ପ୍ରକାଶକୁ ନେଇ ବିବାଦ ରେ ଛନ୍ଦି ହେଉଥିବା ବେଳେ ଖାତା ମୂଲ୍ୟାୟନ କାର୍ଯ୍ୟକୁ ବୋର୍ଡ଼ କେତେ ତୃଟି ଶୂନ୍ୟ କରୁଛି ତାହା ରେଜଲ୍ଟ ପ୍ରକାଶ ପରେ ହିଁ ସ୍ପଷ୍ଟ ହେବ।
କଟକରୁ ଚିତ୍ତରଞ୍ଜନ ସାମନ୍ତରାୟ ଓ ଭୁବନେଶ୍ୱରରୁ ନବ କିଶୋର ସାହୁଙ୍କ ରିପୋର୍ଟ