ଏ-୧ଗ୍ରେଡ଼ରେ ଉତୀର୍ଣ୍ଣ ମାଟ୍ରିକ ଛାତ୍ରଛାତ୍ରୀ ପାଇଲେ ଷଷ୍ଠ ଗୀତାଞ୍ଜଳି ପ୍ରତିଭା ସମ୍ମାନ

ଭୁବନେଶ୍ୱର : ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ‘ଷଷ୍ଠ ଗୀତାଞ୍ଜଳି ପ୍ରତିଭା ସମ୍ମାନ-୨୦୨୩’ ସୋମବାର ଦିନ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।

ଟ୍ରଷ୍ଟର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ ଟ୍ରଷ୍ଟର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ଏଭଳି ପୁରସ୍କାର ପାଇବା ଦ୍ୱାରା ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଆଗ୍ରହ ପ୍ରକାଶ ପାଇବ । ସମ୍ମାନିତ ଅତିଥି ଭାବେ ଜୟଦେବ ବିଧାୟକ ଅରବିନ୍ଦ ଢାଲୀ, ଅନ୍ୟତମ ଅତିଥି ଭାବରେ ଟ୍ରଷ୍ଟର ଉପଦେଷ୍ଟା ବିଧୂଭୂଷଣ ପଟ୍ଟନାୟକ, ସମାଜସେବୀ ସୁଚିସ୍ମିତା ପୃଷ୍ଟି, ମାର୍କଫେଡ଼ର ଅଧ୍ୟକ୍ଷା କବିତା ମଞ୍ଜରୀ ପରିଡ଼ା, ଉତ୍କଳିକାର ଅଧ୍ୟକ୍ଷା ଦେବସ୍ମିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବାଲିଅନ୍ତା ଓ ବାଲିପାଟଣାର ମାଟ୍ରିକ ପରୀକ୍ଷାରେ ଏ-୧ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଷଷ୍ଠ ଗୀତାଞ୍ଜଳି ପ୍ରତିଭା ସମ୍ମାନ-୨୦୨୩, ପଞ୍ଚମ ଆଦର୍ଶ ଗୀତାଞ୍ଜଳି ଶିକ୍ଷକ ସମ୍ମାନ-୨୦୨୩, ପଞ୍ଚମ ଆଦର୍ଶ ବିଦ୍ୟାଳୟ ସମ୍ମାନ-୨୦୨୩ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *