ଜିଲାସ୍ତରୀୟ ମିଳିତ ଅମଲା ମଂଚର ବୈଠକ

Spread the love

ନୂଆପଡ଼ା : ଅମଲାଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଆନ୍ଦୋଳନ କାର୍ଯ୍ୟକ୍ରମ । ଓଡ଼ିଶାରେ କାର୍ଯ୍ୟରତ ଜିଲାସ୍ତରୀୟ ଅମଲାମାନଙ୍କ ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ କ୍ରମାଗତ ଉଦାସୀନତା ପ୍ରତିବାଦରେ ବାଧ୍ୟହୋଇ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଜିଲାସ୍ତରୀୟ ଅମଲା ସଙ୍ଗଠନ ଏକତ୍ରିତ ହୋଇ ଜିଲାସ୍ତରୀୟ ମିଳିତ ଅମଲା ମଂଚ ଗଠନ କରାଯାଇଥିଲା । ଗତ ତା.୦୯.୦୪.୨୦୨୩ରେ ଭୁବନେଶ୍ୱରର ଗୀତଗୋବିନ୍ଦ ଭବନ ଠାରେ ନିଷ୍ପତି ନେଲେ ଯେ, ରାଜ୍ୟର ୩୦ ଗୋଟି ଜିଲାର ଜିଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲାସ୍ତରୀୟ ଅମଲାମାନଙ୍କର ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ହାରରେ ଦରମା ସମୀକରଣ କରି ଦରମା ହାର ଲେବୁଲ୍‌-୪ରୁ ଲେବୁଲ-୯କୁ ଉନ୍ନୀତ କରିବା ପାଇଁ ଏକସ୍ମାରକପତ୍ରତା.୨୧.୦୪.୨୦୨୩ରେ ପ୍ରଦାନ କରାଯାଇଥିଲା । ଏଥିରେ ଏପ୍ରିଲ ୩୦ ତାରିଖ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ନ ପାଇବାରୁ ମଇ ମାସ ୧ ତାରିଖ ଦିନ ଜିଲାସ୍ତରୀୟ ମିଳିତ ଅମଲା ମଂଚ ରାଜ୍ୟ ଶାଖା ପକ୍ଷରୁ ଏକ ଚରମ ପତ୍ର ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଥିଲା । ନିଷ୍ପତି ଅନୁଯାୟୀ ରାଜ୍ୟ ସରକାରଙ୍କୁ ମେ ମାସ ୨୧ ତାରିଖ ସୁଦ୍ଧା ଜିଲାସ୍ତରୀୟ ଅମଲାଙ୍କ ଦାବି ପୂରଣ କରିବାପାଇଁ ଅନୁରୋଧ କରାଯାଇଥିଲା । ଯଦି ଧାର୍ଯ୍ୟ ସମୟସୀମା ମଧ୍ୟରେ ରାଜ୍ୟ ସରକାର ଜିଲାସ୍ତରୀୟ ଅମଲାମାନଙ୍କ ଦାବି ପୂରଣ ନେଇ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ମେ ମାସ ୨୨ ତାରିଖ ଠାରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍‌? ପରିଧାନ କରାଯାଇଥିଲା ଏବଂ ତା.୦୧.୦୬.୨୦୨୩ ଠାରୁ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ବିଭାଗର ଜିଲାସ୍ତରୀୟ ଅମଲା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳପାଇଁ ସମୂହ ଛୁଟିରେ ଯିବେ ବୋଲି ମିଳିତ ଅମଲା ମଂଚର ରାଜ୍ୟ ଅଧ୍ୟକ୍ଷ ନାରାୟଣ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି, ଦୀର୍ଘବର୍ଷ ହେଲା ଅମଲାମାନଙ୍କର ବେତନରେ ଥିବା ଅସଙ୍ଗତିକୁ ଦୂର କରିବାରେ ରାଜ୍ୟ ସରକାର ଜାଣିଶୁଣି ଅଣଦେଖା ଓ ଅବହେଳା କରି ଚାଲିଛନ୍ତି । ଏହାଦ୍ୱାରା ଅମଲାମାନଙ୍କ ମନରେ ଘୋର ନୈରାଶ୍ୟଭାବ ଓ ଅସନ୍ତୋଷ ଦେଖାଦେଇଛି । ଯାହାର ଫଳସ୍ୱରୂପ ଆଗାମୀ ଦିନରେ ଏକ ବିଶାଳ ଅମଲା ଆନ୍ଦୋଳନ ମୁଣ୍ଡ ଟେକିବାକୁ ଯାଉଛି । ଏହାର ପରିଣାମ ନିଶ୍ଚିତ ଭାବରେ ରାଜ୍ୟ ସରକାରଙ୍କ ପାଇଁ କ୍ଷତି ପହଂଚାଇବା ସହିତ ଜନସାଧାରଣ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏଥିରେ କ୍ଷୋଭ ପ୍ରକାଶକରି ଅଧ୍ୟକ୍ଷ ଦାସ ପ୍ରକାଶ କରିଥିଲେ ।

ଏହା ଜିଲ୍ଲାସ୍ତରୀୟ ଅମଲାଙ୍କର ପେଟପାଟଣାର କଥା ଓ ଆତ୍ମସମ୍ମାନର କଥା ଏବଂ ସରକାରଙ୍କ ଦ୍ୱାରା ବାରମ୍ବାର ପ୍ରତାରିତ ହେବାପରେ ଏଭଳି ଏକ ଚରମ ପଦକ୍ଷେପ ନେବାକୁ ଆମେ ବାଧ୍ୟ ହେଉଅଛୁ । ଏହି ଆନ୍ଦୋଳନରେ ୧୭ ଟି ବିଭାଗର ୧୧୪ ଅନୁଷ୍ଠାନର ୨୯୨ ଅମଲା ସାମିଲ ହେବେ ଏବଂ ଏହି ବିଭାଗ ଅଧୀନରେ ଆସୁଥିବା ସମସ୍ତ ଜନହିତକର ଯୋଜନା ତୃଣାମୂଳ ସ୍ତରରେ ବ୍ୟାହତ ହେବ ଏବଂ ରାଜ୍ୟ ସରକାର ଏଥିପାଇଁ ଦାୟୀ ରହିବେ ।

Leave a Reply

Your email address will not be published. Required fields are marked *