ଠିକାଦାରୀ ଆଳରେ ଦାଦାଗିରି

Spread the love

() ଜଗତସିଂହପୁର କୁଜଙ୍ଗ ସବ ଟ୍ରେଜେରୀ ଗୃହ ନିର୍ମାଣ ଆଳରେ ସର୍ବସାଧାରଣ ରାସ୍ତା ଅବରୋଧ । ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ସବୁ ଜାଣି ଶୁଣି ନିରାଵଦ୍ରଷ୍ଟା ସାଜିଛି ରାଜସ୍ୱ ବିଭାଗ । ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି ରାଜସ୍ୱ ବିଭାଗ ।

କୁଜଙ୍ଗ ସବ ଟ୍ରେଜେରୀ ନୂତନ ଗୃହ ନିର୍ମାଣ ବେଳେ ଠିକା କାମ ଆଳରେ ସର୍ବସାଧାରଣ ରାସ୍ତା ଅବରୋଧ ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ଓ ବୁଦ୍ଧିଜୀବି । ସବ ଟ୍ରେଜେରୀ ଘର ନିର୍ମାଣ ଆଳରେ କୋର୍ଟ, ହାଇସ୍କୁଲ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ସମେତ ଗହଳି ରାସ୍ତାରେ ଠିକାଦାର ମାନମୁଖୀ ଭାବେ ବାଲି ଗଦା କରି ରଖିଥିବା ଯୋଗୁ ଛୋଟ ଛୋଟ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।

ସବ ଟ୍ରେଜେରୀର ନୂତନ ଗୃହ ନିର୍ମାଣ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତରେ ରହିଛି । ତେବେ ଠିକାଦାର ଚାରି ଦିନ ଧରି ରାସ୍ତା ଅବରୋଧ କରିଥିବା ବେଳେ ତୁରନ୍ତ ସଫା କରିବାକୁ କୁହାଯାଇଥିବା କହିଛନ୍ତି ଓକିଲ ସଂଘ ପୂର୍ବତନ ସଭାପତି । ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଅତି ନିକଟରେ ସର୍ବସାଧାରଣ ରାସ୍ତା ଅବରୋଧ ହୋଇଥିଲେ ମଧ୍ୟ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କୁଜଙ୍ଗ ରାଜସ୍ୱ ନିରୀକ୍ଷକ ।

ତେବେ କାରଣ ଯାହା ହେଉନା କାହିଁକି, ସର୍ବସାଧାରଣ ସ୍ଥାନରୁ ଅବରୋଧ ହଟିବା ସହ ରାସ୍ତା ଅବରୋଧକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇ ପଡିଛି ।

ରଶ୍ମିରଂଜନ ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *