ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର କଟକକୁ ମିଳିଲା ଐତିହାସିକ ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର ର ପରିଚୟ

Spread the love

ଭୁବନେଶ୍ୱର : ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର, କଟକ ୨୩ ମାର୍ଚ୍ଚ ୧୮୬୭ ରେ ସ୍ଥାପନ ହୋଇଥିଲା । ଦୀର୍ଘ୧୫୬ ବର୍ଷ ଧରି ନିରବିଛିନ୍ନ ଭାବେ ପାଣିପାଗ ପର୍ଯ୍ୟବେକ୍ଷଣ ପାଇଁ ବିଶ୍ୱପାଣିପାଗ ସଂସ୍ଥାନ ଦ୍ୱାରା ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର କଟକକୁ ଐତିହାସିକ ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର ର ପରିଚୟ ମିଳିଛି । ଏହା ଦୀର୍ଘକାଳୀନ ପରିବେଶ ପର୍ଯ୍ୟବେକ୍ଷଣ ମାନବଜାତିର ଅପୂରଣୀୟ ସାଂସ୍କୃତିକ ଏବଂ ବୈଜ୍ଞାନିକ ଐତିହ୍ୟର ଏକ ଅଂଶ, ଯାହା ଦୀର୍ଘକାଳୀନ ଉଚ୍ଚ-ଗୁଣାତ୍ମକ ପର୍ଯ୍ୟବେକ୍ଷଣ ପାଇଁ ବର୍ତମାନ ଏବଂ ଭବିଷ୍ୟତ ପିଢ଼ିର ଆବଶ୍ୟକତାକୁ ପୂରଣ କରେ ।

ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର କଟକକୁ ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସହ ୧୦୦ ବର୍ଷରୁ ଅଧିକ ଦିନ ଧରି ପାଣିପାଗ ସମ୍ପର୍କିତ ପର୍ଯ୍ୟବେକ୍ଷଣ ସୂଚନା ପ୍ରଦାନ କରିଆସୁଥିବାରୁ ବିଶ୍ୱ ପାଣିପାଗ ସଂସ୍ଥାନ ଦ୍ୱାରା ଐତିହାସିକ ପାଣିପାଗ ପର୍ଯ୍ୟବେକ୍ଷଣ ସୂଚନା ପ୍ରଦାନକାରି କେନ୍ଦ୍ର ଭାବେ ମାନପତ୍ର ପ୍ରଦାନ କରାଯାଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *