ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Spread the love

ଭୁବନେଶ୍ୱର : ଓଡ଼ିଶାର ଦୁଇଟି ନୂଆ ରେଳ ଲାଇନକୁ ଅନୁମୋଦନ ମିଳିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

କେନ୍ଦ୍ରମନ୍ତ୍ରୀ ଟ୍ୱଇଟ କରିଛନ୍ତି , ଓଡ଼ିଶାର ଦୁଇଟି ନୂଆ ରେଳ ଲାଇନ ତାଳଚେର ଏବଂ ଅନୁଗୋଳ ୱାଇ ସଂଯୋଗ ଏବଂ ବରଗଡ ରୋଡ-ନୂଆପଡ଼ା ରୋଡ୍ ପ୍ରକଳ୍ପକୁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଉଛି । ଖଣି ସମୃଦ୍ଧ ଅଂଚଳ ଅନୁଗୋଳର ବହୃତ ଶିଳ୍ପାଂଚଳରେ କୋଇଲା ଭଳି ମାଲ ପରିବହନ ଦିଗରେ ଏହି ରେଳ ଲାଇନ ବିଶେଷ ସହାୟକ ହେବ ।

ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ଓଡିଶାକୁ ରେଳ କ୍ଷେତ୍ରରେ ରେକର୍ଡସଂଖ୍ୟକ ଅନୁଦାନ ଦିଆଯାଇଛି । ବରଗଡ ରୋଡ୍ – ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନ ପଶ୍ଚିମ ଓଡିଶାର ରେଳ ଯୋଗାଯୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ଦ୍ୱାରା ସ୍ଥାନୀୟ ଅଂଚଳର ଲୋକମାନେ ବିଶେଷ ଉପକୃତ ହେବେ ।

Leave a Reply

Your email address will not be published. Required fields are marked *