ପାଣି ଘେରରେ ପୁରୀ ଉପକଣ୍ଠ ମଙ୍ଗରାଜପୁର ଗାଁ

ପୁରୀ ଉପକଣ୍ଠ ମଙ୍ଗରାଜପୁର ଗାଁରେ ୧୦୦ ରୁ ଅଧିକ ପରିବାର ପାଣି ଘେରରେ । ଭାର୍ଗବୀ ନଦୀର ପାଣି ଏହି ଅଞ୍ଚଳରେ ପଶିଥିବା ବେଳେ ଲୋକମାନେ ପାଣିଘେରରେ ରହିଛନ୍ତି। ସେପଟେ ଅଗ୍ନିଶମ ବିଭାଗ ପକ୍ଷରୁ ବୋଟ ଯୋଗେ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ସେପଟେ ନିମାପଡାର ୩୨ଟି ପଂଚାୟତରୁ 14 ଟି ପଂଚାୟତର 88 ଟି ଗ୍ରାମ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି । ୪୩ ହଜାର ଲୋକ ପାଣିଘେରରେ ରହିଛନ୍ତି । ହଜାର ହଜାର ହେକ୍ଟର ଚାଷ ଜମି ମଧ୍ୟ ଜଳମଗ୍ନ ହୋଇଛି। ତିନି ମୁହାଣୀ ସୁଇସ ଗେଟ ଭାଙ୍ଗି ବନ୍ୟା ପାଣି ଧସେଇ ପଶିଛି। ନିମାପଡା ପିପିଲି ରାସ୍ତାର କାଜିପାଟଣା, ଓଳିକଣା ଛକର ମୁଖ୍ୟ ରାସ୍ତାରେ 5 ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଏପଟେ ନିମାପଡା ସାତଶଂଖ ରାସ୍ତାର ଧନୁଆ , ବୋଧେଇ ଏବଂ ବଳଙ୍ଗା ବ୍ରିଜ ଉପରେ ୭ଫୁଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ନିମାପଡା -ପିପିଲି ଏବଂ ନିମାପଡା -ସାତଶଙ୍ଖକୁ ଯୋଗାଯୋଗ ସମ୍ପୁର୍ଣ୍ଣ ଭାବେ ବିଛିନ୍ନ ହୋଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ପଂଚାୟତକୁ 16 ଟି ଡ଼ଙ୍ଗା ପଠାଯିବା ସହ ଶୁଖିଲା ଖାଦ୍ୟ ପଠାଯାଉଛି । ବନ୍ୟା ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଥିବା କହିଛନ୍ତି ନିମାପଡା ବ୍ଲକ ଅଧିକାରୀ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *