ତାଳଚେର-ସମ୍ବଲପୁର ଦୋହରୀକରଣ ରେଳ ପ୍ରକଳ୍ପର ୯୬% ରୁ ଅଧିକ ନିର୍ମାଣ କାର୍ଯ୍ୟ ଶେଷ

Spread the love

ଭୁବନେଶ୍ୱର : ତାଳଚେର-ସମ୍ବଲପୁର ଅତି ଗୁରୁତ୍ୱପୂର୍ଣ୍ଣ ଦୋହରୀକରଣ ରେଳ ପ୍ରକଳ୍ପ କାର୍ଯ୍ୟ ପାଇଁ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲୁରହିଛି ଏବଂ ଏହା ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି । ଏହି ପ୍ରକଳ୍ପର ପ୍ରାୟ ୯୬% ରୁ ଅଧିକ ନିର୍ମାଣ କାର୍ଯ୍ୟ ବର୍ତମାନ ପର୍ଯ୍ୟନ୍ତ ସମାପ୍ତ ହୋଇଛି ।

ମାନେଶ୍ୱର ଏବଂ ସମ୍ବଲପୁର ସିଟି ଷ୍ଟେସନ ମଧ୍ୟରେ ୯ କିମି ଦୈର୍ଘ୍ୟ ବିଶିଷ୍ଟ ଦୋହରୀକରଣ ରେଳ ଲାଇନକୁ ଗତକାଲି ଦକ୍ଷିଣ ପୂର୍ବ ରେଳ ନିରାପତା ଆୟୁକ୍ତ ଏ.ଏମ.ଚୌଧୁରୀଙ୍କ ଦ୍ୱାରା ନୀରିକ୍ଷଣ କରାଯାଇ ଉଭୟ ପାନ୍ୟ ପରିବହନ ଏବଂ ଯାତ୍ରୀ ପରିବହନ ପାଇଁ କାର୍ଯ୍ୟକ୍ଷମ କରାଯାଇଛି ।

ଶ୍ରୀ ଚୌଧୁରୀ ଓଭରହେଡ୍ ଇଲେକ୍ଟି ଇକ୍ୟୁଇପମେଂଟ, ବ୍ରିଜ୍‌, ସିଗ୍ନାଲ୍ ଏବଂ ଟେଲିକମ୍ ଯୋଗାଯୋଗ ଉପକରଣ, ରେଳ ଟ୍ରାକ୍‌, ମାନବ ରହିତ ଲେଭଲ୍ କ୍ରସିଂ ଇତ୍ୟାଦି ସୁରକ୍ଷା ସମ୍ବନ୍ଧୀୟ ଦିଗଗୁଡିକ ପୁଙ୍ଖାନୁପୁଙ୍ଖ ଭାବେ ଯାଂଚ କରିଥିଲେ ଏବଂ ସମ୍ବଲପୁର ସିଟି ଏବଂ ମାନେଶ୍ୱର ଷ୍ଟେସନ ମଧ୍ୟରେ ଏକ ଲାଇଟ ଇଂଜିନର ବେଗ ପରୀକ୍ଷାମୂଳକ ଭାବେ କରାଇଥିଲେ ।

ତାଳଚେର-ସମ୍ବଲପୁର ଅତି ଗୁରୁତ୍ୱପୂର୍ଣ୍ଣ (୧୬୮.୨୧୨ କିମି) ଦୋହରୀକରଣ ରେଳ ପ୍ରକଳ୍ପରେ କାର୍ଯ୍ୟ ୨୦୧୧-୧୨ ମସିହାରେ ଅନ୍ତର୍ଭୂକ୍ତ କରାଯାଇଥିଲା ଏବଂ ୨୦୧୮ ରେ ଏହାର ଚୂଡ଼ାନ୍ତ ମଞ୍ଜୁରୀ ଦିଆଯାଇଥିଲା । ସମ୍ବଲପୁର ସିଟି ଏବଂ ମାନେଶ୍ୱର ଷ୍ଟେସନ ମଧ୍ୟରେ ୯.୦ କିମି ଦୈର୍ଘ୍ୟର ନିର୍ମାଣ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ କରାଯାଇଛି । ସମ୍ବଲପୁର ସିଟି ମାର୍ଗ ଦେଇ ତାଳଚେର ଏବଂ ବ୍ରଜରାଜନଗର ମଧ୍ୟରେ ଏହା ଏକ ଅତ୍ୟନ୍ତ ଜଟିଳ ଏବଂ ଗୁରୁତ୍ୱପୂର୍ଣ୍ଣ କୋଇଲା ପରିବହନ ରେଳ ମାର୍ଗ ଅଟେ । ଏହା ସହିତ ଏପର୍ଯ୍ୟନ୍ତ ସମୁଦାୟ ୧୬୨.୨୧୨ କିମି ଦୋହରୀକରଣ କାର୍ଯ୍ୟ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହୋଇଛି ଯାହା ପ୍ରକଳ୍ପର ମୋଟ ଦୈର୍ଘ୍ୟର ୯୬.୩୮% ଅଟେ । ସମ୍ବଲପୁର ସିଟି ଏବଂ ସମ୍ବଲପୁର ଷ୍ଟେସନ ମଧ୍ୟରେ ଏହି ପ୍ରକଳ୍ପର ୦୬ କିମି ଅବଶିଷ୍ଟ ଅଂଶ ଆସନ୍ତା ଦୁଇ ମାସ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରକଳ୍ପର ସର୍ବଶେଷ ଆନୁମାନିକ ମୂଲ୍ୟ ହେଉଛି ଟଙ୍କା ୧୫୩୯.୨୮ କୋଟି ତାଙ୍କ ଏବଂ ଏପର୍ଯ୍ୟନ୍ତ ମୋଟ ୧୩୭୭ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି ଯାହା ସମୁଦାୟ ମୂଲ୍ୟର ୯୦% ଅଟେ ।

Leave a Reply

Your email address will not be published. Required fields are marked *