ନବୀନ ନବମ ଥର ଦଳପତି- ଦଳକୁ କଅଣ ଦେଲେ ଟାସ୍କ?

କେବଳ ଔପଚାରିକତା ବାକି ଥିଲା। ଘୋଷଣାକୁ ଅପେକ୍ଷା ଥିଲା। ଶେଷରେ ବିଜେଡିର ରାଜ୍ୟ ପରିଷଦ ବୈଠକରେ ବିଧିବଦ୍ଧ ଘୋଷଣା ହେଲା ନାଁ। ନବମ ଥର ଲାଗି ବିଜେଡି ମଙ୍ଗୁଆଳ ପଦରେ ବସିଲେ ନବୀନ ପଟ୍ଟନାୟକ। ଆଉ ଘୋଷଣା ମାତ୍ରେ ମଞ୍ଚରେ ସଭାପତି ନବୀନ ପଟ୍ଟନାୟକଙ୍କୁ ଫୁଲତୋଡ଼ା ଦେଇ ଅଭିନନ୍ଦନ ଓ ଶୁଭେଛାର ସୁଅ ଛୁଟିଥିଲା। ନବୀନଙ୍କ ନେତୃତ୍ୱ ବିଜେଡିକୁ ଯେମିତି ବଳ ଦେଇଆସିଛି, ଆଗକୁ ବି ତାଙ୍କରି ନେତୃତ୍ୱ ଦଳ ଲାଗି ସଞ୍ଜୀବନି ସାଜିବ। ବିରୋଧୀ ଦଳରେ ଥିଲେ ବି ସଂଖ୍ୟାଗରିଷ୍ଠ ଭୋଟ୍ ବିଜେଡିକୁ ମିଳିଛି। ଆଉ ଦାୟିତ୍ୱବାନ୍ ବିରୋଧୀ ଦଳ ଭାବେ ବିଜେଡି ଓଡ଼ିଶାବାସୀଙ୍କ ବଳ ସାଜି କାମ କରିଚାଲିବ ବୋଲି ପଣ କରିଛି। ରଙ୍ଗ ଓ ନାଁ ବଦଳାଇଚାଲିଥିବା ମୋହନ ସରକାରଙ୍କ ଅସଲମୁଖାକୁ ଖୋଲିଦେବ ବିଜେଡି। ଜୟ ଜଗନ୍ନାଥରୁ ନବୀନ ଆରମ୍ଭ କରିଥିଲେ ଅଭିଭାଷଣ। ବିଜେଡିର ସେବା କରିବାକୁ ତାଙ୍କୁ ପୁନର୍ବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଥିଲେ ନବୀନ। ବିଜୁ ବାବୁଙ୍କ ଆଦର୍ଶକୁ ସବୁବେଳେ ପାଥେୟ ରଖି ଦଳ ଆଗେଇଚାଲିବ। ଓଡ଼ିଶାମାଟିର ସେବା କରିବାକୁ ୨୪ ବର୍ଷ ସୁଯୋଗ ପାଇଥିଲା ବିଜେଡି। ଏ ସମୟ ଥିଲା ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ। ସରକାରରେ ଥାଉ ବା ନଥାଉ, ବିଜେଡି ଓଡ଼ିଶାବାସୀଙ୍କ ସବୁବେଳେ ସେବା କରିବମହିଳା, ଚାଷୀ, ଯୁବକଙ୍କ ବିକାଶ ପ୍ରାଥମିକତା। ଓଡ଼ିଶାର ସ୍ୱାର୍ଥ ସ୍ୱାଭିମାନ ସହ ବିଜେଡି ସବୁବେଳେ ଯୋଡ଼ି ହୋଇରହିଛି। ଓଡ଼ିଶାର ହକ୍ ପାଇଁ ଲଢ଼େଇ ଜାରି ରହିବ।ଓଡ଼ିଆ ସ୍ୱାଭିମାନ ଓ ଓଡ଼ିଶାର ସ୍ୱାର୍ଥ ବିଜେଡି ପାଇଁ ସବୁଠୁ ଉପରେ। ଗଲା ନିର୍ବାଚନରେ ଅଳ୍ପ ମାର୍ଜିନରେ ବିଜେଡି ହାରିଥିଲା। ବିଜେପିର ମିଛ ପ୍ରଚାରକୁ ପ୍ରଭାବୀ ଢଙ୍ଗରେ କାଉଣ୍ଟର କରିନପାରିବାରୁ ହାରିଯାଇଥିଲେ। ସୋସିଆଲ ମିଡିଆରେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ପଡିବ। ଟେକ୍ନୋଲୋଜି ଆପଣାଇବାକୁ ପଡିବ। ମିଛ ଯୋଜନାର ଜବାବ ଦେବେ ବିଜେଡି କର୍ମୀ। ସେବାର ବାର୍ତ୍ତା ପହଞ୍ଚାନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ନବୀନ। ପ୍ରତି ଗାଁ, ଓ୍ୱାର୍ଡ ଓ ପଞ୍ଚାୟତକୁ ଯାଇ ନେତାଙ୍କ ନୀତି ଓ ଆଦର୍ଶକୁ ପ୍ରତି ଲୋକଙ୍କ ପାଖରେ ପହଞ୍ଚାଇବା। ଲଢ଼େଇ କରି ବିଜେଡିକୁ ପୁଣି ମଝଭୁତ୍ କରିବାକୁ ପଣ କରି ଫେରିଛନ୍ତି କର୍ମୀ ଓ ନେତାଏ। ସେପଟେ ବାକି ୧୫ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି ଜଣାପଡ଼ିଛି। ବିଜେଡି ସୁପ୍ରିମୋ ନବୀନ ନବମ ଥର ମଙ୍ଗୁଆଳ ପଦରେ ବସିଲେ। ଏମିତିରେ ଅପ୍ରତିଦ୍ୱନ୍ଦୀ ସଭାପତି। ନୂଆ ଆଶା, ଜନତାଙ୍କ ବିଶ୍ୱାସଭାଜନ ହୋଇ ପୁଣି ଆସ୍ଥା କେମିତି ଫେରିପାଇବ ଦଳ। ତାକୁ ନେଇ ଦଳପତି ଦେଇଥିବା ଆହ୍ୱାନକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି ନେତା ଓ କର୍ମୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *