ନବୀନ ପଟ୍ଟନାୟକଙ୍କ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଆଲୋଚନା ସୌଜନ୍ୟମୂଳକ ଥିଲା – ବିଜେଡି

Spread the love

ଭୁବନେଶ୍ୱର : ଓଡିଶାକୁ ଯେଉଁ ନେତା ବା ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ୍ତି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଦେଖା କରନ୍ତି । ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ତାଙ୍କର ଆଲୋଚନା ସୌଜନ୍ୟମୂଳକ ଥିଲା । ନୀତିଶ -ନବୀନ ସାକ୍ଷାତ କୁ ନେଇ ବିଜେଡି ଉପ ସଭାପତି ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରତିକ୍ରିୟା ଦେଇଛନ୍ତି ।

ସେ କହିଛନ୍ତି ଯେ ନବୀନ କେବଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନୁହନ୍ତି ସେ ଭାରତବର୍ଷ ର ଉଚ୍ଚ ନେତୃତ୍ୱ । ତାଙ୍କ ପ୍ରତି ସବୁ ଦଳ ର ସବୁ ନେତା ଙ୍କ ସମ୍ମାନ ଅଛି । ନବୀନ ଜଣେ ପୁରୁଖା ରାଜନେତା କେନ୍ଦ୍ରମନ୍ତ୍ରୀ ମଣ୍ଡଳ ରେ ମନ୍ତ୍ରୀ ଥିଲେ । ଭାରତ ବର୍ଷ ର ସବୁ ନେତାଙ୍କ ସହ ତାଙ୍କର ପରିଚୟ ଅଛି । ନବୀନ ଙ୍କ ଏଜେଣ୍ଡା ସ୍ପଷ୍ଟ । ନୀତିଶ ଙ୍କ ସହ ଆଲୋଚନା ପରେ ନବୀନ କହିଛନ୍ତି କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । ଏହା ବ୍ୟକ୍ତିଗତ ଓ ସୌଜନ୍ୟ ମୂଳକ ସାକ୍ଷାତ ଥିଲା । ନବୀନ ଓ ନୀତିଶ ଙ୍କ ପୁରାତନ ବନ୍ଧୁତା ରହିଛି. । ଜେଡିୟୁ ଗୋଟେ ଅନ୍ୟ ରାଜନୈତିକ ଦଳ ବିଜେଡି ଗୋଟେ ଅନ୍ୟ ରାଜନୈତିକ ଦଳ ।

ସେ କହିଛନ୍ତି ଯେ ଜେଡିୟୁ କଣ ଟୁଇଟ କଲା ଯେଡିୟୁ କହିପାରିବ କିନ୍ତୁ ଆମ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା । .୨୦୦୯ ମେଣ୍ଟ ସରକାର ପରଠାରୁ ବିଜେଡି ର ସମଦୁରତ୍ୱ ନୀତି ବଜାୟ ରହିଛି । ରାଜ୍ୟର ସ୍ୱାର୍ଥ କୁ ଆଖି ଆଗରେ ରଖି ଆମେ ନିଷ୍ପତି ନେଉ । ବିଜେପି ଯେତବେଳେ ଅସୁବିଧା ରେ ପଡେ ସୁବିଧା ବାଦ ର କଥା କୁହେ । ଇତିହାସ ଖୋଲିଲେ ଜଣା ପଡିବ କିଏ ସୁବିଧାବାଦିୀ । ଆମେ ଓଡ଼ିଶାର ସୁବିଧା ପାଇଁ ରାଜନୀତି କରୁଛୁ. ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *