ଓ୍ୱାକଫ ବିଲ୍ ନେଇ ବିଜେଡିରେ ଯାହା ଚାଲିଛି, ସବୁ ନାଟକ। ସବୁ କାର୍ଯ୍ୟକ୍ରମର ନାୟକ ଓ ଖଳନାୟକ ଜଣେ। ସେ ହେଲେ ନବୀନ ପଟ୍ଟନାୟକ। ଯାହା ଚାଲିଛି ସବୁ ପ୍ରାୟୋଜିତ। ସବୁ ନବୀନଙ୍କ ଇସାରାରେ ଘଟୁଛି। ଏଭଳି ଆରୋପ ଲଦିଛନ୍ତି ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ। ନବୀନଙ୍କୁ ସାଇଲେଣ୍ଟ୍ କିଲର ବୋଲି କହିଛନ୍ତି ବାବୁ। କାଳେ ସଂଖ୍ୟାଲଘୁଙ୍କ ଭୋଟ୍ କମିଯିବ। ସେଥିଲାଗି ପ୍ରଚାର ଚାଲିଛି ଯେ, ନବୀନ କିଛି ଜାଣୁନାହାନ୍ତି। ୨୫ ବର୍ଷ ଭିତରେ ଯାହାଙ୍କୁ ପାଖରେ ରଖିଥିଲେ, ସେମାନଙ୍କୁ ନିଜ ସ୍ୱାର୍ଥରେ ବଳି ପକାଇ ଆସିଛନ୍ତି। ଏପରିକି ଯାହାଙ୍କ ସହ ଦିନ ରାତି ଖାଉଥିଲେ, ବସୁଥିଲେ, ସେମାନଙ୍କ ମୁଣ୍ଡକାଟ୍ ବି କରିଦେଇଛନ୍ତି। ଏବେ କ୍ଷମତା ନଥିବାରୁ ପାଣ୍ଡିଆନଙ୍କ ବେକରେ ଛୁରୀ ଲଗାଇଦେଲେ ଲୋକେ ବିଶ୍ୱାସ କରିବେ। ଧର୍ମସଙ୍କଟରେ ପଡ଼ିଥିବା ନବୀନ ସେଥିଲାଗି ପାଣ୍ଡିଆନ ଚର୍ଚ୍ଚାକୁ ପୁଣି ତେଜିଦେଇଛନ୍ତି। ପାଣ୍ଡିଆନ କିଛ ନୁହେଁ, ସବୁରି ମୂଳରେ ନବୀନ ଥିବା କହିଛନ୍ତି ବାବୁ। ତା ନହେଲେ ନବୀନ ନିବାସକୁ ସଂଖ୍ୟାଲଘୁ ସମୁଦାୟକୁ ନେଇ ମୁନା ଖାନ୍ ଯାଇ ଫେରାଦ୍ ହୋଇନଥାଆନ୍ତେ କି ନବୀନ ନିବାସରେ ପାଣ୍ଡିଆନ ବିରୋଧୀ ନାରାବାଜି କରିବାକୁ ସାହସ ଆସିଲା କେମିତି।


Naxatra News is now on Whatsapp
Join and get latest news update delivered to you via whatsapp
Join Now