ଟଙ୍କା ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

Spread the love

() ନୟାଗଡ ଇଟାମାଟି ଥାନା ଚମ୍ପତିପୁର ଗାଁରେ ଜଘନ୍ୟ ହତ୍ୟାକାଣ୍ଡ l ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ l ୮ ବର୍ଷ ତଳେ ଚମ୍ପତିପୁର ଗାଁର ତପନ ସ୍ୱାଇଁ ଓଡଗାଁ ଥାନା ଗୋଡିପାଟଣା ଗାଁର ପଦ୍ମିନୀ ପ୍ରଧାନଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ l ଅଭିଯୋଗ ମୁତାବକ ସ୍ୱାମୀ ତପନ ଏକ ଗାଡି ଆଣିବା ପାଇଁ ସ୍ତ୍ରୀକୁ ୮୦ଲକ୍ଷ ଟଙ୍କା ମାଗୁଥିଲେ l ଗତକାଲି ରାତିରେ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟ୍ୟରେ ଝଗଡା ଲାଗିଥିଲା l ପରେ ସ୍ୱାମୀ ତପନ, ଦିଅର ଓ ଶ୍ୱଶୁର ମିଶି ବୋହୁକୁ ମାଡ଼ ମାରିଥିଲେ l ଫଳରେ ପଦ୍ମିନୀଙ୍କ  ମୃତ୍ୟୁ ଘଟିଥିଲା l ପରେ ଏହାକୁ ଆତ୍ମହତ୍ୟା ରୂପ ଦେବା ପାଇଁ ଶ୍ୱଶୁରଘର ଲୋକେ ତାଙ୍କୁ ଫ୍ୟାନରେ ଝୁଲାଇ ଦେଇଥିଲେ l ପରେ ବାପଘର ଲୋକଙ୍କୁ ଖବର ଦେଇଥିଲେ l ଏନେଇ ଝିଅର ପରିବାର ପକ୍ଷରୁ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ଘଟଣାସ୍ଥଳରେ ଇଟାମାଟି ପୋଲିସ, ସାଇଣ୍ଟିଫିକ ଟିମ ତଦନ୍ତ କରିବା ସହ ସ୍ୱାମୀକୁ ଅଟକ ରଖିଥିବା ନୟାଗଡ SDPO କହିଛନ୍ତି l

Leave a Reply

Your email address will not be published. Required fields are marked *