ଜୟପାଟଣାରେ ନୂତନ ବରିଷ୍ଠ ଦେୱାନୀ ତଥା ସହକାରୀ ଦୌରା ଜଜ୍‌ଙ୍କ ଅଦାଲତ ଉଦଘାଟିତ

ମୁଖୀଗୁଡ଼ା : ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ବରିଷ୍ଠ ଦେୱାନୀ ବିଚାରପତି ତଥା ସହଜାରୀ ଦୌରା ଜଜ୍ ଙ୍କ ଅଦାଲତ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍‌. ମୁରଳିଧରଙ୍କ ଦ୍ୱାରା ଭରଚୁଆଲ ମୋଡ଼ରେ ମାନ୍ୟବର ଓଡିଶା ହାଇକୋର୍ଟର ଜଷ୍ଟିସ ବିଶ୍ୱନାଥ ରଥଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଓ ଦୌରାଜଜ ଦୀପ୍ତି ରଞ୍ଜନ କାନୁନଗୋ, ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀଦିପ ମିଶ୍ର, ନୂତନ ଭାବେ ଯୋଗଦେଇଥିବା ସିନିୟର ସିଭିଲ ଜଜ ଜିତେଦ୍ରିୟ ପାଣିଗ୍ରାହୀ, କୟପାଟଣା ସିଭିଲ ଜଜ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ପ୍ରତାପ ଚନ୍ଦ୍ର ପୃଷ୍ଟି , ଜୟପାଟଣା ଓକିଲ ସଂଘର ସଭାପତି,ମନୋରଞ୍ଜନ ସିଂ, ଉପ ସଭାପତି ନିହାର ରଂଜନ ବେହେରା ସଂପାଦକ ତପନ କିରଣ ପାଢ଼ୀ,କୋଷାଧ୍ୟକ୍ଷ ସୌମ୍ୟ ରଂଜନ ହୋତା , ବରିଷ୍ଠ ଓକିଲ ପ୍ରମୋଦ କୁମାର ପଣ୍ଡା, ରଜନୀକାନ୍ତ ପଣ୍ଡା, ନିହାର ରଂଜନ ବେହେରା,ପ୍ରବୀର ବେହେରା ,ସୌଦାମିନୀ ଦ୍ୱିବେଦୀ, କେଦାରନାଥ ସାହୁ ,ମଧୁମଙ୍ଗଲ ପଣ୍ଡା ,ମନୋରଞ୍ଜନ ମାଝୀ,ଆଶିଷ ପଣ୍ଡା, ସଂଜୀବ ପଣ୍ଡା ଙ୍କ ସମେତ ସମସ୍ତ ଓକିଲ , ଧର୍ମଗଡ଼,କୋକସରା, କେସିଙ୍ଗା, ମଦନପୁର ରାମପୁର ,ଥୁଆମୂଳ ରାମପୁର ଓକିଲ ସଂଘର କର୍ମକର୍ତା ମାନେ ଏହି ଅବସରରେ ଉପସ୍ଥିତ ଥିଲେ ।ଗତ ୨୦୧୦ ମସିହା ରୁ ଜୟପାଟଣା ଠାରେ ଦେୱାନୀ ଜଜ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତିଙ୍କ ଅବାଲତ କାର୍ଯ୍ୟକାରୀ ହେଉଅଛି, ଦୀର୍ଘ ଦିନରୁ ସ୍ଥାନୀୟ ଜନସାଧାରଣ ଓ ଓକିଲଙ୍କ ପ୍ରଚେଷ୍ଠା ପରେ ଜୟପାଟଣା ଠାରେ ବରିଷ୍ଠ ଦେୱାନି ତଥା ସହକାରୀ ଦୌରା ଜଜ୍ ଙ୍କ ଅଦାଲତର ଉଦଘାଟନ ହୋଇଥିବାରୁ ଅଂଚଳରେ ଖୁସିର ଲହରୀ ଖେଲିଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *