ଆସନ୍ତା ୩୧ ଓ ୧ତାରିଖ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା

ଆଉ ମାତ୍ର ଦୁଇଦିନ ପରେ ଇଂରାଜୀ ନୂଆବର୍ଷ। ଏଣୁ ଏବେଠାରୁ ଶ୍ରୀକ୍ଷେତ୍ରରେ ଦେଖାଗଲାଣି ଭକ୍ତ ଆଉ ପର୍ଯ୍ଯଟକଙ୍କ ଗହଳିଚହଳି। ସେପଟେ ଏହି ଇଂରାଜୀ ନୂଆବର୍ଷ ପାଇଁ ପୁରୀ ପୋଲିସର ପ୍ରସ୍ତୁତି। ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ରହିବ ସିସିଟିଭି ବଳୟ ମଧ୍ୟରେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ,ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା କୁ ଗୁରୁତ୍ୱ ଦେଇଛି ପୁରୀ ପୋଲିସ। ଆସନ୍ତା ୩୧ ଓ ୧ତାରିଖ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା। ଭିଡକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ତାରିଖ ଠାରୁ ୧ ତାରିଖ ଭିଡ ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି। ପୁରୀର ମୁଖ୍ୟ ପ୍ରବେଶପଥରେ ଚେକିଂକୁ କଡାକଡି କରାଯିବା ସହ ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଯାନ ଜେଲ୍ ରୋଡ ପାର୍କିଂରେ,କୋଣାର୍କରୁ ଆସୁଥିବା ଚାରିଚକିଆ ତାଳବଣିଆ ପାର୍କିଂରେ ଓ ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଯାନ ଷ୍ଟର୍ଲିନ କିମ୍ବା ଯାତ୍ରୀକା ପାର୍କିଂରେ ରହିବ। ସେହିପରି ୩୧ ତାରିଖ ଠାରୁ ୧ ତାରିଖ ପର୍ଯ୍ୟନ୍ତ ମେଡିକାଲ୍ ଛକଠାରୁ ଶ୍ରୀମନ୍ଦିର ଓ ମେଡିକାଲ୍ ଛକଠାରୁ ବେଳାଭୂମି ପର୍ଯ୍ୟନ୍ତ କୌଣସି ଚାରିଚକିଆ ଯାନ ଯାତାୟାତ କରିବ ନାହିଁ। ସେହିପରି ୩୧ ତାରିଖ ଠାରୁ ୧ ତାରିଖ ପର୍ଯ୍ୟନ୍ତ ମାର୍କେଟ ଛକଠାରୁ NO VEHICLE ZONE ହେବ। ଶ୍ରୀମନ୍ଦିର ବାହାରେ ଓ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ପାଇଁ ପର୍ଯ୍ୟାପ୍ତ ପରିମାଣର ଲାଇଫଗାର୍ଡ ମୁତୟନ ହେବାସହ ଜିରୋ ନାଇଟ୍ ସେଲିବ୍ରେସନ ବେଳେ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯିବ। ସେହିପରି ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ୍ ଉପରେ ତୀକ୍ଷ୍ନ ନଜର ରଖାଯିବ ବୋଲି ଏସପି କହିଛନ୍ତି। ନୂଆବର୍ଷକୁ ଦୃଷ୍ଟିରେ ରଖି ସମୁଦାୟ ୬୦ପ୍ଲାଟୁନ ପୋଲିସ ଫୋର୍ସ ପୁରୀରେ ମୁତୟନ କରାଯିବ। ସେହିପରି ଏହି ଦୁଇଦିନ ଷ୍ଟେସନ ପରିସର ରେ ଭିଡ଼ ରହିବ। ଟ୍ରେନ ଯୋଗେ ପର୍ଯ୍ୟଟକ ମାନେ ପୁରୀ ଆସିଥାନ୍ତି। ପର୍ଯ୍ୟଟକ ଙ୍କ ସୁରକ୍ଷା ଦୃଷ୍ଟିରୁ ଜିଆରପି ଏବଂ ଆର ପି ଏଫେ ଓ ଷ୍ଟେସନ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯିବ ।
ସରି ସରି ଆସୁଛି ୨୦୨୫। ମାତ୍ର ଆଉ ଗୋଟେ ଦିନ ପରେ ଆସୁଛି ନବବର୍ଷ ୨୦୨୬। ତେବେ ୨୦୨୬ ଇଂରାଜୀ ନୂଆବର୍ଷ ମଙ୍ଗଳମୟ ହେବ ବୋଲି ଭକ୍ତ ଆଶା ରଖିଛନ୍ତି। ଏଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶିଷ ଲାଭ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଆଗମନ ଜାରି ରହିଛି। ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ଶୃଙ୍ଖଳିତ ଭାବେ ଧୈର୍ଯ୍ୟର ସହ ମହାପ୍ରଭୁଙ୍କ ଦର୍ଶନ କରି ଭଲରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଆସନ୍ତା ନବବର୍ଷ ୨୦୨୬ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧିର ବର୍ଷ ହେଉ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଶ୍ରଦ୍ଧାଳୁ।
ପୁରୀକୁ ପ୍ରତିଦିନ ବଢୁଛି ଲକ୍ଷାଧିକ ଭକ୍ତଙ୍କ ଭିଡ । ଆଉ ବେଳାଭୂମିରୁ ଆରମ୍ଭ କରି ଶ୍ରୀମନ୍ଦିର ସବୁଠି ଗହଳି । ତେବେ ଭିଡକୁ ନେଇ ସହରରେ ଆରମ୍ଭ ହୋଛି ଟ୍ରାଫିକ କଟକଣା l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *