ଏମକେସିଜିରେ ନାହିଁ ବର୍ଣ୍ଣ ୟୁନିଟ

Spread the love

()ବ୍ରହ୍ମପୁର ଏମକେସିଜିରେ ନାହିଁ ବର୍ଣ୍ଣ ୟୁନିଟ, ଯାହାକୁ ନେଇ ବ୍ରହ୍ମପୁର ବାସିନ୍ଦାଙ୍କ ସମେତ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁର ଏମକେସିଜି, ଗଂଜାମ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର 10 ଗୋଟି ଜିଲ୍ଲାର ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ନିର୍ଭର କରୁଥିବାବେଳେ, ପ୍ରତ୍ୟେକ ମାସରେ ଶହ ଶହ ପୋଡା ଜଳା ରୋଗୀ ଆସୁଛନ୍ତି କିନ୍ତୁ କୌଣସି ପ୍ରକାରର ସୁବିଧା ନଥିବାରୁ ଅନ୍ୟତ୍ର ସ୍ଥାନାନ୍ତର ହେଉଛନ୍ତି ।

ନାହିଁ ନାହିଁରେ ଚାଲିଛି ଦକ୍ଷିଣ ଓଡ଼ିଶାର ସର୍ବ ବୃହତ୍ତ  ବ୍ରହ୍ମପୁର ଏମକେସିଜି ମେଡ଼ିକାଲ । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ କୋଟି କୋଟି ଟଙ୍କା ବ୍ୟୟରେ ହସ୍ପିଟାଲ ନିର୍ମାଣ ହୋଇଛି, ଅତ୍ୟାଧୁନିକ ମେସିନ ରହିଛି ସତ କିନ୍ତୁ ତା ପାଇଁ ନାଁ ଅଛନ୍ତି ଆବଶ୍ୟକୀୟ ଡାକ୍ତର ନାହିଁ ଟେକ୍ନିଆସିୟାନ । ସବୁଠାରୁ ବଡ଼ କଥା ହେଲା ଏହି ଏମକେସିଜିରେ ନାହିଁ ବର୍ଣ୍ଣ ୟୁନିଟ ସାଧାରଣ ଜଳା ପୋଡା ରୋଗୀ ବି ହସ୍ପିଟାଲ ଆସିଲେ ବର୍ଣ୍ଣ ୟୁନିଟ ନଥିବା ଯୋଗୁଁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ବର୍ଣ୍ଣ ୟୁନିଟ ସ୍ଥାପନ ପାଇଁ ବାରମ୍ୱାର ନିଷ୍ପତ୍ତି ନିଆଯାଉଥିଲେ ମଧ୍ୟ କୌଣସି କୌଣସି ସୁଫଳ ନମିଳୁଥିବାରୁ ବ୍ରହ୍ମପୁର ବାସିନ୍ଦା ଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ବର୍ଣ୍ଣ ୟୁନିଟ କରିବା ପାଇଁ ଦାବି ଜୋର ଧରିଛି

ସେପଟେ ରାଜ୍ୟ ସରକାର ଏ ଦିଗରେ ନିଷ୍ପତି ନେଇ ଅତି ଶୀଘ୍ର ବର୍ଣ୍ଣ ୟୁନିଟ ସ୍ଥାପନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ବ୍ରହ୍ମପୁର ବାସିନ୍ଦାଙ୍କ ସମେତ ଦକ୍ଷିଣ ଓଡିଶାବାସୀଙ୍କ ମାଗଣାରେ ବର୍ଣ୍ଣ ୟୁନିଟରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ବୋଲି କହିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ।

ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ବର୍ଣ୍ଣ ୟୁନିଟ ନଥିବା ନିହାତି ନିନ୍ଦନୀୟ ବିଷୟ । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ସରକାର କେବେ ବର୍ଣ୍ଣ ୟୁନିଟ ସ୍ଥାପନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *