କ୍ଷତିପୂରଣ ନାହିଁ, ଚିନ୍ତାରେ ଚାଷୀ

Spread the love

ପିପିଲି: ଭାରତୀପୁର ଓ କଣ୍ଟି କାଜ (ESCAPE)ର ସ୍ଥିତି ଅନୁଧ୍ୟାନ କଲେ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ ଜନପ୍ରତିନିଧି I କାଜରେ ନିଷ୍କାସିତ ବନ୍ୟା ଜଳ ଯୋଗୁଁ ଲୋକଙ୍କ ସମସ୍ୟା ଓ ଅଭିଯୋଗକୁ ନେଇ ପ୍ରଶାସନ ପଦକ୍ଷେପ ନେବା ପାଇଁ ବାହାରିଛି!  ପୁରୀ ଜିଲ୍ଲା ପିପିଲି ଦେଇ ଯାଇଥିବା ଦୟାନଦୀ ବନ୍ଧ ରେ ଭାରତୀପୁର ଓ କଣ୍ଟି ଠାରେ ଥିବା ଦୁଇଟି କାଜ (ESCAPE) ର ସ୍ଥିତି ଅନୁଧ୍ୟାନ କଲେ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ ଜନପ୍ରତିନିଧି ସେପଟେ ବନ୍ୟା କ୍ଷୟ କ୍ଷତିପୂରଣ ନ ପାଇ ଚିନ୍ତାରେ ଚାଷୀ I

ବାରମ୍ୱାର ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ଜଳସେଚନ ବିଭାଗ । ପୁରୀ ଜିଲ୍ଲା ପିପିଲି ଦେଇ ଯାଇଥିବା ଦୟାନଦୀ ବନ୍ଧ ରେ ଭାରତୀପୁର ଓ କଣ୍ଟି ଠାରେ ଥିବା ଦୁଇଟି କାଜ ବା ଏସକେପର ସ୍ଥିତି ଅନୁଧ୍ୟାନ କରିଛନ୍ତି ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ।  ଦୁଇ ଗୋଟି କାଜ ରୁ ନିଷ୍କାସିତ ବନ୍ୟା ଜଳର କିପରି ସଠିକ ପରିଚାଳନା ହୋଇ ପାରିବ ସେ ନେଇ ସ୍ଥିତି ପରଖିଛନ୍ତି।  ସ୍ଥିତି ପରଖିବା ପରେ ଚାଷୀ ସମସ୍ୟା ଓ ବନ୍ୟା ଜଳ ନିଷ୍କାସନ ସହ ଉଭୟ କାଜର ସ୍ଥାୟୀ ପ୍ରତିକାର କରିବା ପାଇଁ ସର୍ଭେ ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅଧିକ୍ଷଣ ଯନ୍ତ୍ରୀ।  ଚାଷୀ ସମସ୍ୟା ଓ ଉଭୟ କାଜର ସ୍ଥାୟୀ ପ୍ରତିକାର ପାଇଁ ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଧାୟକ।

ସେପଟେ କିନ୍ତୁ ଆଜି ବି ଚାଷୀ ଫସଲର କ୍ଷତି ପୂରଣ ନ ପାଇ ଚିନ୍ତାରେ I ଯଥା ଶୀଘ୍ର ସରକାର କ୍ଷତି ପୂରଣ ଦେବା ସହିତ ଚାଷୀ କରିଥିବା ଋଣ ଛାଡ଼ କରିବା କୁ ଚାଷୀ ଦାବି କରିଛି I

ତେବେ ପ୍ରତେକ ଥର ବନ୍ୟା ପରେ ଏହିଭଳି ବାବୁ ମାନେ ଆସି ସ୍ଥିତି ଅନୁଧ୍ୟାନ କରି ଚାଲି ଯାନ୍ତି I ତେବେ ଏହି ଥର ଦିଆଯାଇଥିବା ପ୍ରତିଶୁତି କେବେ ପାଳନ ହଉଚି ଦେଖିବାର କଥା I

ସନ୍ତୋଷ କୁମାର ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *