ନୂଆପଡାରେ ବାଘ ଆତଙ୍କ ଜାରି, ପୁଣି ବାଛୁରୀକୁ ମାରି ଖାଇଲା

Spread the love

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ ଦେଖାଦେଇଛି । କିଛି ଦିନର ନୀରବତା ପରେ ପୁଣି ବାଘ ଆତଙ୍କ ଖେଳାଇଛି । ନୂଆପଡ଼ା ରେଞ୍ଜ ଅନ୍ତର୍ଗତ ଆମନାରା ସେକ୍ସନ ତରିଆ ମହୁଆଭଟା ଗ୍ରାମରେ ବାଘ ଆତଙ୍କ ଖେଲାଇଛି । ଗ୍ରାମର ଗୋବିନ୍ଦ ନାଏକଙ୍କ ବାଛୁରୀକୁ ଗୁହାଳରୁ ଟେକି ନେଇ ମାରି ଖାଇଛି ବାଘ, ବର୍ତ୍ତମାନ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଘଟଣାର ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *