ଜାତୀୟସ୍ତରରେ ଓଡ଼ିଶାର ଖେଳାଳୀଙ୍କୁ ସୁଯୋଗ ଦେବାକୁ ଓସିଏର ଉଦ୍ୟମ

ଓଡ଼ିଶାରେ କ୍ରିକେଟ ଖେଳାଳୀଙ୍କୁ ଜାତୀୟସ୍ତରରେ ସ୍ଥାନ ବଜାୟ ରଖିବାକୁ ଓସିଏ ପ୍ରଶିକ୍ଷଣ ଶିବିର ଆରମ୍ଭ କରିଛି। ଖୋର୍ଦ୍ଧା କ୍ରିକେଟ ଆସୋସିଏସନର ମିଳିତ ଉଦ୍ୟମରେ ସ୍ଥାନୀୟ ମିନିଷ୍ଟାଡିଅମରେ ଆୟୋଜିତ ଏହି ଶିବିରରେ ଆନ୍ତର୍ଜାତୀୟ କ୍ରିକେଟ କୋଚ୍ ଭି.ଭେଙ୍କଟେରମ୍ ଯୋଗ ଦେଇ ପିଲାଙ୍କୁ ବିଭିନ୍ନ ଟିପ୍ସ ଦେଇଥିଲେ। ଖୋର୍ଦ୍ଧା କ୍ରିକେଟ ଆସୋସିଏସନର ସଭାପତି ରାଜେନ୍ଦ୍ର କୁମାର ସାହୁ ଏହି ଶିବିରରେ ଯୋଗ ଦେଇ ଆଶାପ୍ରକଟ କରିଥିଲେ ଯେ, ଏଭଳି ଉଦ୍ୟମରୁ ରାଜ୍ୟରେ ଅନେକ ଯୁବ ପ୍ରତିଭାଶାଳୀ କ୍ରିକେଟ ଖେଳାଳୀ ସୃଷ୍ଟି ହେବେ। ଓସିଏ କୋଷାଧ୍ୟକ୍ଷ ବିକାଶ ପ୍ରଧାନ କହିଛନ୍ତି, ପ୍ରତି ଜିଲ୍ଲାରେ ଏଭଳି ପ୍ରଶିକ୍ଷଣ ଶିବିର କରାଗଲେ ଗ୍ରାମାଞ୍ଚଳରୁ କ୍ରିକେଟ ଖେଳାଳୀଙ୍କୁ ରାଜ୍ୟସ୍ତରରେ ଭାଗ ନେଇ ନିଜର ପ୍ରତିଭାକୁ ଦେଖାଇପାରିବେ। ଅନ୍ୟମାନଙ୍କ ମଧ୍ୟରେ ଓସିଏ କୋଚ୍ କେଭି ପ୍ରସାଦ ଓ ପ୍ରଭାତ ନାୟକ ପ୍ରମୁଖ ସାମିଲ୍ ହୋଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *