ସମ୍ପର୍କ ଭାଙ୍ଗିଲା ସହାୟତା ରାଶି

Spread the love

ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ବିତିଲାଣି ୩୬ ଦିନ। ସେ କାଳର କରାଳ ରୂପକ ଦୁର୍ଘଟଣାରେ ଏବେବି ଆଖିରୁ ଲୁହ ଶୁଖିନଥିବା ବେଳେ ଏନେଇ ଅନେକ ଅଭାବନୀୟ ଦୃଶ୍ୟ ସାମ୍ନକୁ ଆସୁଛି । ମୃତକ ପରିବାରକୁ ମିଳିଥିବା ସହାୟତା ରାଶିକୁ ନେଇ ଏବେ ଶ୍ୱଶୁର-ବୋହୂଙ୍କ ଭିତରେ ଅଶାନ୍ତର ବହ୍ନି ଜଳିଛି ।

ଭଦ୍ରକ ଜିଲ୍ଲା ସୁଗୋ ଗ୍ରାମର ବାହାନଗା ଟ୍ରେନ ଦୁର୍ଘଟଣାର ମୃତ ଗୋବିନ୍ଦ ସାହୁ । ସରକାରଙ୍କ ପକ୍ଷରୁ ୫ ଲକ୍ଷ ଓ ରେଳ ବିଭାଗ ପକ୍ଷରୁ ସହାୟତା ରାଶି ବାବଦରେ ୧୦ ଲକ୍ଷ ଟଙ୍କାର ଚେକ୍ ପରିବାର କୁ ପ୍ରଦାନ କରାଯାଇଥିଲା । ତେବେ ଏହାକୁ ନେଇ ତେଜିଛି ଗୃହ କଳି । ଗୋବିନ୍ଦଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ଏବେ ଶ୍ୱଶୁର ଘର ଲୋକଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଶ୍ୱଶୁର ଘର ଲୋକ ତାଙ୍କୁ ମାଡ ମାରି ସମସ୍ତ ଅର୍ଥ ନେଇଥିବା ଅଭିଯୋଗ କରି ବାସୁଦେବପୁର ଥାନାରେ ଏତଲା ଦେଇଛନ୍ତି । ତେବେ ଗୋବିନ୍ଦଙ୍କ ବାପା ରବୀନ୍ଦ୍ର ସାହୁ ଏହାକୁ ଅସ୍ୱୀକାର କରିବା ସହ ବୋହୂର ଅଭିଯୋଗ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *