ଓଇଆରସି ବା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ଭାବେ ବିଧିବଦ୍ଧ ଦାୟିତ୍ୱ ନେଲେ ପ୍ରଦୀପ କୁମାର ଜେନା। ଅଧ୍ୟକ୍ଷ ଭାବେ ପ୍ରଦୀପଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି। ଇଲେକଟ୍ରିସିଟି ଆକ୍ଟ-୨୦୦୩ ଅନୁସାରେ ଓଡ଼ିଶା ସରକାର ଗଲା ମାର୍ଚ୍ଚ ୨୮ରେ ପ୍ରଦୀପ ଜେନାଙ୍କୁ ଓଇଆରସି ଅଧ୍ୟକ୍ଷ ଭାବେ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ଜାରି କରିଥିଲେ। ପ୍ରଦୀପ ଜେନା ପୂର୍ବରୁ ଓଡ଼ିଶା ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ତଥା ମୁଖ୍ୟ ଶାସନ ସଚିବ ଭାବେ ଦକ୍ଷତାର ସହ ଉଲ୍ଲେଖନୀୟ କାମ କରିଥିଲେ। ଶପଥ ସମାରୋହରେ ଉନ୍ନୟନ କମିଶନର ଅନୁ ଗର୍ଗ, ଶକ୍ତି ସଚିବ ବିଶାଳ କୁମାର ଦେବ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ ରାଜପୁତଙ୍କ ସମେତ ବିଭିନ୍ନ ବିଭାଗର ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now