ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

Spread the love

ଭୁବନେଶ୍ୱର : ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୦୨୩)ର ଫଳାଫଳ ପ୍ରକାଶ ପାଇଛି । ୪୮,୮୧୫ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିବା ବେଳେ ୪୮,୭୮୩ ଜଣ ରାଙ୍କ ପାଇଛନ୍ତି । ବି-ଫାର୍ମରେ ସୌରଭ କୁମାର ପତି ଟପ୍ପର ହୋଇଛନ୍ତି । ସେହିପରି ଏମବିଏରେ ସତ୍ୟଜିତ ସାହୁ, ଏମସିଏରେ ଅପୂର୍ବ ନାୟକ ସିଭିଲ ଇଞ୍ଜିନିୟରିଂରେ ସୁବାଷ ପୃଷ୍ଟି, ଇଲେକ୍ଟ୍ରିକାଲରେ ସତ୍ୟଜିତ୍ ମହାନ୍ତି, ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡା, କେମିକାଲ ଇଞ୍ଜିନିୟରିଂରେ ସଂଗ୍ରାମ ପାତ୍ର, ଏମ୍ ଫାର୍ମରେ ରଶ୍ମିରଞ୍ଜନ ପାଣିଗ୍ରାହୀ ଟପ୍ପର ହୋଇଛନ୍ତି ।

ଶୁକ୍ରବାର ପୂର୍ବାହ୍ନରେ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ, ବିଭାଗର ପ୍ରମୁଖ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ଯୁଗ୍ମ ଶାସନ ସଚିବ, ଓଜେଇଇର ଅଧ୍ୟକ୍ଷ ଏବଂ ସଚିବଙ୍କ ଉପସ୍ଥିତିରେ ଓଜେଇଇ-୨୦୨୩ର ଫଳାଫଳ ଘୋଷଣା କରିବା ସହ ଫଳାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ।

ଚଳିତ ବର୍ଷ ଓଜେଇଇ-୨୦୨୩ ପ୍ରବେଶିକା ପରୀକ୍ଷା ମଇ ମାସ ୮ ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳିତ ୧୨ ଗୋଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ଯଥା ଈ.ଉଇଞ, ଖଋ-ଞରମଷ. (ଊସକ୍ଟ୍ର), ଖଋ-ଞରମଷ (ଈ.ଝମ.), ଈ, ଚଷବକ୍ସଜ୍ଞ, ଗଈଇ, ଗଉଇ/ଗଝମ.(ଉକ୍ଟଜ୍ଞକ୍ଟ୍ରଙ୍କଗ୍ଧରକ୍ସ ଝମସରଦ୍ଭମର), ଓଦ୍ଭଗ୍ଧ, ଗଈଇ, ଖଋ-ଚଷବକ୍ସଜ୍ଞ, ଗ.ଚଷବକ୍ସଜ୍ଞ, ଗ. ଇକ୍ସମଷ, ଗ. ଚକ୍ଷବଦ୍ଭ ବଦ୍ଭୟ ଗ.ଞରମଷ, ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପୁଟର ଆଧାରିତ ପରୀକ୍ଷା (କମ୍ପ୍ୟୁଟର ବେସଡ୍ ଟେଷ୍ଟ) ମାଧ୍ୟମରେ ପ୍ରବେଶିକା ପରୀକ୍ଷା କରଯାଇଥିଲା । ଏହା ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୪୪ କେନ୍ଦ୍ର ସହିତ ରାଜ୍ୟ ବାହାରେ ୩ଟି ସହର ଯଥା କଲିକତା, ପାଟଣା ଏବଂ ରାଂଚିରେ ୩ ଟି ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ।ଏ ବର୍ଷ ସମୁଦାୟ ୫୫,୯୭୯ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବାବେଳେ ୪୮,୮୧୫ ପରୀକ୍ଷାର୍ଥୀ (୮୭ ଶତକଡା ) ପରୀକ୍ଷାରେ ଭାଗ ନେଇଥିଲେ । ତନ୍ମଧ୍ୟରୁ, ୪୮,୭୮୩ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କର ଅନୁରୂପ ପାଠ୍ୟକ୍ରମରେ ରାଙ୍କ ଦିଆଯାଇଛି । ବିଭିନ୍ନ ପାଠ୍ୟକ୍ରମର ଶୀର୍ଷ ସ୍ଥାନଙ୍କିତ ପରୀକ୍ଷାର୍ଥୀ ମାନଙ୍କର ତାଲିକା ମଧ୍ୟ ପ୍ରକାଶ ପାଇଛି । ପରୀକ୍ଷାର୍ଥୀ ମାନେ ଓଜେଇଇର ୱେବସାଇଟ୍ ଙ୍ଗଙ୍ଗଙ୍ଗ.କ୍ଟହରର.ଦ୍ଭସମ.ସଦ୍ଭ ରୁ ନିଜ ନିଜର ରାଙ୍କ୍ କାର୍ଡ ପାଇ ପାରିବେ । ଉପରୋକ୍ତ ସମସ୍ତ ସ୍ଥାନଙ୍କିତ ପରୀକ୍ଷାର୍ଥୀମାନେ ନିଜ ନିଜର ପ୍ରଦର୍ଶନ ଅନୁସାରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କରେ ବିଭିନ୍ନ ବୈଷୟିକ ଏବଂ ବୃତିଗତ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଓଜେଇଇ କାଉନସେଲିଂରେ ଅଂଶଗ୍ରହଣ କରିପାରିବେ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *