ପାଣି ରେ ବୁଡି ବୃଦ୍ଧ ମୃତ

Spread the love

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ କୁକିଆ ଗାଁ ନିକଟ ମେନକା ଜୋରରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ । ମୃତକ ଜଣକ ହେଲେ କୁକିଆ ଗାଁ ର ଗୋବିନ୍ଦ ବାଗ ବୋଲି ଜଣାପଡିଛି । ଆଜି ସକାଳୁ ଗୋବିନ୍ଦ ମେନକା ଜୋରକୁ ଶୌଚ ପାଇଁ ଯାଇଥିଲେ । ସେଠାରେ ଶୌଚ କରୁଥିବା ସମୟରେ ସେ ପାଣିରେ ବୁଡି ଯାଇଥିଲେ । ପରେ ପାଣିରେ ଭାସୁଥିବା ଅବସ୍ଥା ରେ ସ୍ଥାନୀୟ ଲୋକେ ଗୋବିନ୍ଦ ଙ୍କୁ ଦେଖି ଉଦ୍ଧାର କରିଥିଲେ ଓ ପୋଲିସ କୁ ଖବର ଦେଇଥିଲେ ।

Leave a Reply

Your email address will not be published. Required fields are marked *