ବିପଦରେ ବିରଳ ଅଲିଭ୍‌ ରିଡ୍‌ଲେ

ବିପଦରେ ବିରଳ ଅଲିଭ୍‌ ରିଡ୍‌ଲେ। କେବଳ କାଗଜ କଲମରେ ସୀମିତ ସବୁ ନିୟମ।  ପ୍ରହସନ ପାଲଟିଛି ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା । ନୋ ଫିସିଂ ଜୋନ କଟକଣାକୁ ଉଲଙ୍ଘନ କରି ଦୈନିକ ମାଛ ମାରୁଛନ୍ତି ଶହ ଶହ ଟ୍ରଲର। ଦେବୀ ମୁହାଣ ଠାରୁ ପ୍ରାୟ ୨୦ କିଲୋମିଟର ବ୍ୟାପ୍ତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଓ ସମୁଦ୍ର ଭିତରକୁ ୫ କିଲୋମିଟର ଅଞ୍ଚଳକୁ ନୋ ଫିସିଂ ଜୋନ୍ ଘୋଷଣା କରାଯାଇଛି। ହେଲେ ଖୋଲାଖୋଲି ନିୟମ ଉଲଙ୍ଘନ କରି ମାଛ ମାରୁଛନ୍ତି ରାଜ୍ୟ ତଥା ଜିଲ୍ଲା ବାହାରର ଟ୍ରଲର ।  ଯେଉଁମାନେ ଏହି ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ମାଛ ଧରିବେ ଅବା ଯନ୍ତ୍ରଚାଳିତ ବୋଟ୍‌, ଟ୍ରଲର ଆଦି ଚଳାଚଳ କରିବେ, ସେମାନେ ଓଡ଼ିଶା ମେରାଇନ୍‌ ଫିସିଂ ରେଗୁଲେସେନ୍‌ ଆଇନ-୧୯୮୨ ଓ ବନ୍ୟଜନ୍ତୁ ସୁରକ୍ଷା ଆଇନ-୧୯୭୨ ଅନୁଯାୟୀ ଦଣ୍ଡିତ ହେବେ। ନିୟମାନୁଯାୟୀ, ଟ୍ରଲର ଜବତ ପରେ ମତ୍ସ୍ୟ ସଂପଦ ବିଭାଗ ଏଥିରେ ଥିବା ମାଛ ନିଲାମ କରିବ। ଏବଂ ନିଲାମ ଦର ଯେତିକି ହେଲା, ଟ୍ରଲର ମାଲିକଠାରୁ ଅତିବେଶିରେ ତାର ୫ ଗୁଣା ଜରିମାନା ଆକାରରେ ଆଦାୟ ହେବ। ତଥାପି ୫ ଗୁଣା କି ଏହା ଠାରୁ କମ୍ ଜରିମାନା ହେବ, ଏହା କଟକସ୍ଥିତ କାର୍ଯ୍ୟାଳୟ ଧାର୍ଯ୍ୟ କରିବ। ଖାଲି ସେତିକି ନୁହେଁ ମେରାଇନ ପୁଲିସ , ସାମୁଦ୍ରିକ ମତ୍ସ୍ୟବିଭାଗ ପକ୍ଷରୁ ପାଟ୍ରୋଲିଂକୁ କଡାକଡି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ଷକୁ କୋଟିକୋଟି ଟଙ୍କା ବି ଖର୍ଚ ହେଉଛି  । ହେଲେ ଏସବୁକୁ ଉପେକ୍ଷା କରି ନିଷିଧାଂଚଳରୁ ମାଛ ମରାଯାଉଛି। ଫଳରେ ସେଥିରେ ଅକାଳରେ ମୃତ୍ୟୁବରଣ କରୁଛନ୍ତି ଶହଶହ ଅଲିଭ ରିଡଲେ ଭଳି ବିରଳ କଇଁଛ । ପୁଣି ଏହି କଇଁଛ ଗୁଡିକୁ ଚାଇନା ଆଦି ବିଦେଶକୁ ରପ୍ତାନି କରୁଛନ୍ତି ଟ୍ରଲର ମାଲିକ । ଯାହା ଫଳରେ ଆଗକୁ ଅରଖକୁଦା, ଦେବୀ ନଦୀ ମୁହାଣ ସହ ପୁରୀ ଉପକୁଳକୁ ସୁରକ୍ଷିତ ଅଣ୍ଡା ଦେବା ପାଇଁ ଆସୁଥିବା ବିରଳ ଅଲିଭ ରିଡଲେ କଇଁଛ ଆଉ ନଆସି ପାରନ୍ତି। ଯାହା ଫଳରେ ଜୈବ ବିବିଧତା ବିଗିଡ଼ିଯିବ ବୋଲି କହିଛନ୍ତି ପରିବେଶବିତ  ।  ସେପଟେ ଯଦି କେହି ନୋ ଫିସିଂ ଜୋନ କଟକଣାକୁ ଉଲଙ୍ଘନ କରୁଥିବେ ତେବେ ସେମାନଙ୍କ ଟ୍ରଲର ଜବତ କରାଯିବା ସହ ନିୟମାନୁଯାୟୀ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲାପାଳ । ସମୁଦ୍ରରେ ନୋ ଫିସିଂ ଜୋନରେ ମାଛ ମାରୁଥିବା ଟ୍ରଲର ଗୁଡିକୁ ଜବତ କରୁଛି ମତ୍ସ୍ୟବିଭାଗ। ଏଯାବତ ୭ରୁ ଅଧିକ ଟ୍ରଲର ଜବତ କରିଥିବା ବେଳେ ସେଥିରୁ ଜବତ ମାଛ , କଙ୍କଡା , ଚିଙ୍ଗୁଡି ଆଦି ନିଲାମ କରିବାର ନିୟମ ରହିଛି। ହେଲେ ଅସ୍ତରଙ୍ଗରେ ଜବତ ହେଉଥିବା ଟ୍ରଲରର ମାଛ ନିଲାମରେ ହୋଇଛି ବଡ଼ ଜାଲିଆତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *