ବୁଢିମା ମନ୍ଦିର ପ୍ରତିଷ୍ଠାର ତୃତୀୟ ଦିବସରେ ନୂତନ ବିଗ୍ରହଙ୍କ ମହାସ୍ନାନ, ଗଣସନ ଓ ହଳଦୀ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର : ବୁଢିମା ମନ୍ଦିର ପ୍ରତିଷ୍ଠା ପାଇଁ ଆଜି ତୃତୀୟ ଦିନରେ ନୂତନ ବିଗ୍ରହ ସଵୁଙ୍କର ମହାସ୍ନାନ ଅନୁଷ୍ଠିତ ହୋଇଛି। ସକାଳୁ ଢେରାପଡାର ମହିଳା ଓ ଯୁବକ ମାନଙ୍କ ଦ୍ଵାରା ପବିତ୍ର ମହାନଦୀର ଟିକିରିପଡା ଘାଟରୁ ଜଳଆଣି ମନ୍ଦିର ପରିସରରେ ରଖିଥିଲେ । ପରେ ପଣ୍ଡିତଙ୍କ ମନ୍ତ୍ରୋଚାରଣ ସହ ମନ୍ଦିର ଚୂଡ଼ା ପାଇଁ ଉଦ୍ଦିଷ୍ଟ ୫ଟି କଳସ ଓ ସମସ୍ତ ନୂତନ ବିଗ୍ରହଙ୍କୁ ଗଣସନ ପରେ ହଳଦୀ ଓ ପଦ୍ମନାଡ, ହଂସପାଦ, ଜଟାମାଂସୀ, ପଞ୍ଚପଲ୍ଲବ ପଞ୍ଚକସାୟ, ଘୃତ କୁମାରୀ, ସପ୍ତ ମୃତ୍ତିକା, ସର୍ବସୋଧି ପ୍ରଭୃତି ସମସ୍ତ ପ୍ରକାର ଔଷଧୀୟ ଗୁଳ୍ମ ଲେପନ ସହ ପଞ୍ଚାମୃତ, ପଞ୍ଚଗବ୍ୟ ଓ ସୁଗନ୍ଧିତ ଜଳଦ୍ଵାରା ମହାସ୍ନାନ କରାଯିବା ପରେ ସମସ୍ତ ଦେବାଦେବୀଙ୍କୁ ଯଜ୍ଞମଣ୍ଡପରେ ସ୍ଥାପନ କରାଯାଇ ନୂତନ ମନ୍ଦିର ଶିଖରକୁ ମଧ୍ୟ ମହାସ୍ନାନ କରାଯାଇଥିଲା।

ଆଜି ସଂଧ୍ୟାରେ ବିଶିଷ୍ଟ ପାରାୟଣ ଗାୟିକା ବନ୍ଦିତା ନାୟକଙ୍କ ଦ୍ଵାରା ସୁନ୍ଦରାକାଣ୍ଡ ପରିବେଷଣ ହେବାସହ ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *