ବ୍ରଜପାତରେ ଜଣେ ଗୁରୁତର : ଗଛ ପଡି ଦୁଇ ଘର ଭାଙ୍ଗିଲା

Spread the love

କୋରେଇ : ଗତକାଲି ଅପରାହ୍ନରେ କାଳ ବୈଶାଖି ଓ ବ୍ରଜପାତ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏମିତିକି ବ୍ୟାପକ ଧନଜୀବନ କ୍ଷୟକ୍ଷତିର ସମ୍ଭାବନା ଦେଖାଦେଇଛି । ଏହି କ୍ରମରେ ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଂଚାୟତ ର ଗୋବିନ୍ଦପୁର ଗ୍ରାମର ଭଗବାନ ପଣ୍ଡରା ଓ ବରପଦା ଗ୍ରାମର ଗୋପାଳ ମାଝୀଙ୍କ ଘରେ ଗଛ ଭାଙ୍ଗି ପଡିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ସେମାନଙ୍କ ପରିବାର ଅଳ୍ପକେ ବର୍ତି ଯାଇଛନ୍ତି । ସେହିପରି ରଣପାଳ (ବେଲଗଡିଆ) ଗ୍ରାମର ଜଗବନ୍ଧୁ ହାତୀଙ୍କ ପୁଅ ଅଶୋକ କୁମାର ହାତୀ  (୫୪)  (କୃଷକ ସାଥି) ବ୍ରଜପାତରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କର ଗୋଟିଏ ପଟ ଗୋଡ ହାତ ବ୍ରଜପାତ ଯୋଗୁ ଅଚଳ ହୋଇ ପଡିଛି । ବଜ୍ରପାତରେ ଆକ୍ରାନ୍ତ ଅଶୋକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଯାଜପୁର ମୁଖ୍ୟ ଚିକିତ୍ସଳୟକୁ ପଠାଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *