ଓଡ଼ିଶା ପୋଲିସର ଅପରେସନ ଅନ୍ଵେଷଣ-୨, ୫୪୫୧ ନିଖୋଜଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର

ଓଡ଼ିଶା ପୋଲିସର ଅପରେସନ ଅନ୍ଵେଷଣ-୨, ୫୪୫୧ ଜଣ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ପୋଲିସ। ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିବା ନିଖୋଜ ଶିଶୁ ଓ ମହିଳାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପୁନଃ ପରିବାର ସହ ମିଳନ କରାଇବାରେ ଓଡ଼ିଶା ପୋଲିସ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଗତ ୨୧.୦୧.୨୦୨୬ ରୁ ୩୦.୦୧.୨୦୨୬ ପର୍ଯ୍ୟନ୍ତ ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ‘ଅପରେସନ୍ ଅନ୍ୱେଷଣ–୨’ ଅଭିଯାନ କରାଯାଇଥିଲା।ଏହି ଅଭିଯାନରେ ରାଜ୍ୟର ସମସ୍ତ ଜିଲ୍ଲା ଓ ସହରାଞ୍ଚଳ ପୋଲିସ ସକ୍ରିୟ ଭାବେ ସାମିଲ ହୋଇ ରେକର୍ଡ ସଂଖ୍ୟକ ୫୪୫୧ ଜଣ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ସେଥିମଧ୍ୟରେ ୭୭ ଜଣ ନାବାଳକ, ୭୦୯ ଜଣ ନାବାଳିକା ଓ ୪୬୬୫ ଜଣ ମହିଳା ଅନ୍ତର୍ଭୁକ୍ତ ଅଛନ୍ତି। ପୁରୀ ଜିଲ୍ଲା ପୋଲିସ ସର୍ବାଧିକ ୬୧୩ ଜଣ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିବା ବେଳେ କଟକ ଜିଲ୍ଲା ୫୦୧ ଜଣ, ଭଦ୍ରକ ଜିଲ୍ଲା ୪୨୯ ଜଣ ଉଦ୍ଧାର କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା ୪୧୩ ଜଣ, କେନ୍ଦ୍ରାପଡ଼ା ୩୪୬ ଜଣ, ଯାଜପୁର ୨୭୧ ଜଣ, ବରଗଡ଼ ୨୩୬ ଜଣ, ଅନୁଗୁଳ ୨୧୦ ଜଣ, ଢେଙ୍କାନାଳ ୨୦୬ ଜଣ, ଜଗତସିଂପୁର ୧୭୭ ଜଣ, ନୂଆପଡ଼ା ୧୭୩ ଜଣ, ବ୍ରହ୍ମପୁର ୧୭୦ ଜଣ, କେଉଁଝର ୧୬୧ ଜଣ, ସୁନ୍ଦରଗଡ ୧୩୫ ଜଣ, କଟକ ସହରାଞ୍ଚଳ ୧୩୪, କଳାହାଣ୍ଡି ୧୩୩ ଜଣ, ନୟାଗଡ ୧୨୭ ଜଣ, ବାଲେଶ୍ଵର ୧୨୫ ଜଣ, ମୟୂରଭଞ୍ଜ ୧୧୯ ଜଣ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନିଖୋଜ ଶିଶୁ ଓ ମହିଳାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସେମାନଙ୍କୁ ପରିବାର ସହ ପୁନଃମିଳନ କରାଇବା ସହ ଆବଶ୍ୟକ ସୁବିଧା ସୁଯୋଗ ନିଶ୍ଚିତ କରିବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ ଅଟେ। ଜିଲ୍ଲା ପୋଲିସ, ରେଳବାଇ ପୋଲିସ ଓ ସହରାଞ୍ଚଳ ପୋଲିସର ସମନ୍ୱିତ ଓ ସକ୍ରିୟ କାର୍ଯ୍ୟଦକ୍ଷତା ଫଳରେ ଏହି ସଫଳତା ସମ୍ଭବ ହୋଇପାରିଛି।ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଓଡ଼ିଶା ପୋଲିସର ଏହି ସଫଳତା ପାଇଁ ସମସ୍ତ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶଂସା କରିଥିବା ସହ ଆଗାମୀ ଦିନରେ ମଧ୍ୟ ନିଖୋଜ ଶିଶୁ ଓ ମହିଳାଙ୍କ ସୁରକ୍ଷା, ଉଦ୍ଧାର ପାଇଁ ଏପରି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *