ଓଡ଼ିଶାରେ ପାକିସ୍ତାନୀଙ୍କ ଷ୍ଟାଟସ ରିପୋର୍ଟ- ସ୍ପଷ୍ଟ କରନ୍ତୁ ସରକାର

ପହଲଗାମ ଆତଙ୍କି ଆକ୍ରମଣ ଘଟଣା ପରେ ଓଡ଼ିଶାରେ ରହିଥିବା ପାକିସ୍ତାନୀଙ୍କୁ ଦେଶ ଛାଡ଼ିବା ସନ୍ଦର୍ଭରେ ତେଜ୍ ହୋଇଛି ରାଜନୀତି। ଓଡ଼ିଶାରେ ୧୨ ପାକିସ୍ତାନୀ ଥିବା ସ୍ପଷ୍ଟ ହୋଇଥିଲା। ଏମିତିରେ ପାକିସ୍ତାନୀ ନାଗରିକ ଦେଶ ଛାଡ଼ିବା ନୋଟିସର ଡେଡଲାଇନ ସରୁଛି। କେନ୍ଦ୍ର ସରକାର ଯେଉଁ ନୀତି ନିର୍ଦ୍ଧାରଣ କରିଛନ୍ତି, ସେ ଆଧାରରେ ଅନୁପାଳନ ହେଉଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହା ସହ ଛଦ୍ମ ପରିଚୟପତ୍ରରେ ରହିଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବି ଚିହ୍ନଟ କରି ସେମାନଙ୍କ ଦେଶକୁ ପଠାଇବାର ବ୍ୟବସ୍ଥା କରାଯିବ। ସେପଟେ ବ୍ରହ୍ମପୁରରେ ଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ଦେଶ ଛାଡ଼ିବାକୁ ନୋଟିସ୍ ହୋଇଛି। ଟାଉନ ଥାନା ଅଞ୍ଚଳରେ ରହୁଥିବା ମହିଳାଙ୍କ ଭିସା ଯାଞ୍ଚ କରିଛି ପୁଲିସ। ମହିଳା ଜଣଙ୍କ ନିଜ ସାନ ଝିଅ ସହ ଏଠାରେ ରହୁଥିଲେ। ୨୫ ବର୍ଷ ଧରି ମିଲିଟାରୀ ଲାଇନ ବଡ଼ ମସଜିଦ୍ ସାହିରେ ରୁହନ୍ତି ମହିଳା। କିଛି ବର୍ଷ ପୂର୍ବରୁ ମହିଳାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଛି। କଟକର ଦେଉଳ ସାହିର ରଞ୍ଜିତ ଭୋଳଙ୍କ ଘରେ ଏନଆଇଏ ଟିମ୍ ପହଞ୍ଚି ପଚରାଉଚୁରା କରିଛି। ପହଲଗାମ ଆତଙ୍କି ଆକ୍ରମଣ ବେଳେ ଉପସ୍ଥିତ ଥିଲେ ଭୋଳ ପରିବାର। ବାପା,ମାଆ, ପୁଅ, ବୋହୂ ୪ ଜଣ ଯାକ ବୁଲିବାକୁ ଯାଇଥିଲା ବେଳେ ସୌଭାଗ୍ୟବଶତଃ ଜୀବନ ବଞ୍ଚାଇ ଫେରିଆସିଥିଲେ।ଏଭଳି ସ୍ଥିତିରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ବାଚସ୍ପତିଙ୍କୁ ଚିଠି ଲେଖିଛି କଂଗ୍ରେସ। ପହଲଗାମ ଆତଙ୍କି ଆକ୍ରମଣ ଘଟଣାକୁ ନେଇ ଗୃହରେ ବିସ୍ତୃତ ଆଲୋଚନା ଲାଗି ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ଓଡ଼ିଶାରେ କେତେ ପାକିସ୍ତାନୀ ଅଛନ୍ତି, ସରକାର କଅଣ ପଦକ୍ଷେପ ନେଇଛନ୍ତି, ଆଲୋଚନା ହେଉ। ବିଜେଡି କହିଛି, ସରକାର ଚାହିଁଲେ ସ୍ୱତନ୍ତ୍ର ଅଧିବେଶନ ଡାକିପାରିବେ। ଦେଶ ଲାଗି ଆତଙ୍କବାଦୀ ଆକ୍ରମଣ ଘଟଣା ଚିନ୍ତାର ବିଷୟ। ଆଲୋଚନା ହେଲେ ବିଜେଡି ବି ସମର୍ଥନ କରିବ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ପହଲଗାମ ଆତଙ୍କି ଆକ୍ରମଣ ପରେ ଓଡ଼ିଶାରେ ବି ହାଇଆଲର୍ଟ ସ୍ଥିତି ଜାରି ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *