ନୟାଗଡ: ଉଦଘାଟିତ ହୋଇ ଯାଇଛି ନୟାଗଡ ଜିଲ୍ଲା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା 2022। ଶୀତୁଆ ସନ୍ଧ୍ୟାରେ ସାଂସ୍କୁତିକ କାର୍ଯ୍ୟକ୍ରମ ସହିତ ପଲ୍ଲୀଶ୍ରୀ ମେଳା, ରାମ ଦୋଳି, ଓ ଚଟପଟି ଖାଦ୍ୟ ପାଲଟିଛି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ। 5ଦିନଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି।
ରଙ୍ଗିନ ଆଲୋକମାଳା ସହ କଳାକାରଙ୍କ ନୃତ୍ୟ ପ୍ରଦର୍ଶନରେ ଦୁଲୁକୁଛି ମଞ୍ଚ। ଶୀତୁଆ ସନ୍ଧ୍ୟାରେ ଲୋକଙ୍କର ଅସମ୍ଭାଳ ଭିଡ । ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି ଓଡିଶୀ, ପାଇକ ଆଖଡା, ଗୋଟି ପୁଅ, ରାଜସ୍ଥାନୀ ଲୋକନୃତ୍ୟ, ଯୋଡିସଂଖ, ଗୋଟିପୁଅ ଭଳି ନୃତ୍ୟ। ଏ ଦୃଶ୍ୟ ହେଉଛି ନୟାଗଡର ଷ୍ଟାଡିୟମ ପଡିଆରେ ଚାଲିଥିବା ନୟାଗଡ ଜିଲ୍ଲା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର । 24 ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବର ପ୍ରଥମ ଦିନରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ, ପୁରୀ ସାଂସଦ ପିନାକୀ ମିଶ୍ର ଜିଲାର ସମସ୍ତ ବିଧାୟକ ଏବଂ ଜିଲ୍ଲା ପ୍ରସାଶନ ଅତିଥିଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । 5 ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ଜିଲ୍ଲା ,ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାର ମାନେ ସେମାନଙ୍କର କଳା ପ୍ରଦର୍ଶନ କରୁଛନ୍ତି । ମହୋତ୍ସବରେ ଚିତ୍ତାକର୍ଷକ ସାଂସ୍କୃତିକ କାଯ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରୁଥିବା ବେଳେ ଦର୍ଶକ ମଧ୍ୟ ଏହାର ମଜା ଉଠାଇଛନ୍ତି ।
କେବଳ ସାଂସ୍କୃତିକ ସନ୍ଧ୍ୟା ନୁହେଁ ତା ସାଙ୍ଗକୁ ରାମ ଦୋଳି, ବ୍ରେକ ଡ୍ୟାନ୍ସ ଏବଂ ବିଭିନ୍ନ ଚଟପଟି ଖାଦ୍ୟ ପଦାର୍ଥ ସହ ପଲିଶ୍ରୀମେଳାର ମଜା ନେଉଛନ୍ତି ଲୋକେ । ଏ ବର୍ଷ ମେଳାରେ 200 ଟି ଷ୍ଟଲ ଖୋଲାଯାଇଛି । ବିଭିନ୍ନ ଘରକରଣା ସାମଗ୍ରୀ ସହିତ ସ୍ଵୟଂସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ଆଚାର ,ପାମ୍ପଡ ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ ହସ୍ତଶିଳ୍ପ ଷ୍ଟଲ ଲୋକଙ୍କୁ ବେଶ ଆକର୍ଷିତ କରୁଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବଡ଼ ଆକାରରେ ଜିଲା ମହୋତ୍ସବର ଆୟୋଜନ କରାଯାଇଥିବା ବେଳେ ଅତିଥିମାନେ ମଧ୍ୟ ମହୋତ୍ସବ ଆୟୋଜନକୁ ନେଇ ବେଶ ପ୍ରଶଂସା କରିଛନ୍ତି ।
ଦେବବ୍ରତ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now